ମଙ୍ଗଳବାର ଶେଷକୃତ୍ୟ:ବୋଟ୍‌ କ୍ଲବ୍‌ରେ ଶେଷ ଦର୍ଶନ

90

ମୁମ୍ବାଇ: ବଲିଉଡ୍‌ର ପ୍ରଥମ ମହିଳା ମହାନାୟିକା ଶ୍ରୀଦେବୀଙ୍କର ପାର୍ଥିବ ଶରୀର ଆଜି ମୁମ୍ବାଇରେ ପହଞ୍ଚିବାକୁ ଥିବାରୁ ପ୍ରିୟ ନାୟିକାଙ୍କର ଶେଷ ଦର୍ଶନ କରିବା ଲାଗି ତାଙ୍କ ଦିଅର ତଥା ଅଭିନେତା ଅନୀଲ କପୁରଙ୍କ ବାସଭବନରେ ଦିନ ତମାମ ଅଭିନେତା ଓ ଅଭିନେତ୍ରୀଙ୍କ ସମେତ ହଜାର ହଜାର ସଂଖ୍ୟାରେ ସମର୍ଥକଙ୍କ ଭିଡ଼ ଜମିବାରେ ଲାଗିଥିଲା। ମାତ୍ର ଆଜି ମରଶରୀର ଆସିବା ସମ୍ଭାବନା ନଥିବା କଥା ବିଳମ୍ବିତ ସନ୍ଧ୍ୟାରେ ଜଣାପଡ଼ିବା ପରେ ସମସ୍ତେ ନିରାଶରେ ଫେରିଥିଲେ। ତେବେ ଆସନ୍ତାକାଲି ଶ୍ରୀଦେବୀଙ୍କ ପାର୍ଥିବ ଶରୀର ଏଠାରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଦୁବାଇରେ ସମସ୍ତ ସରକାରୀ ଦସ୍ତାବିଜ୍‌ ପ୍ରସ୍ତୁତ ହେବା ପରେ ଆସନ୍ତାକାଲି ଅପରାହ୍ନ ସୁଦ୍ଧା ତାଙ୍କ ଶରୀର ମୁମ୍ବାଇରେ ପହଞ୍ଚିବ ବୋଲି ଦୁବାଇସ୍ଥିତ ଖିଲଜୀ ଗଣମାଧ୍ୟମ ସୂତ୍ରରୁ ଜଣାପଡ଼ିଛି। ତାଙ୍କ ମରଶରୀରକୁ ଆଣିବା ପାଇଁ ମୁମ୍ବାଇରୁ ବିଶିଷ୍ଟ ଶିଳ୍ପପତି ଅନୀଲ୍‌ ଅମ୍ବାନୀଙ୍କର ଏକ ଘରୋଇ ଜେଟ୍‌ ଗତକାଲିଠାରୁ ଦୁବାଇ ଯାଇ ଡେରା ପକାଇଛି। ସେହିପରି ମଙ୍ଗଳବାର ସ୍ଥାନୀୟ ବୋଟ୍‌ କ୍ଲବ୍‌ରେ ମରଶରୀରକୁ ସର୍ବସାଧାରଣଙ୍କ ଶେଷ ଦର୍ଶନ ପାଇଁ ରଖାଯିବାର ବନ୍ଦୋବସ୍ତ କରାଯାଇଛି। ଏହାପରେ ମୁମ୍ବାଇର ପଓ୍ଵନ ହଂସ ଶ୍ମଶାନରେ ହିଁ ତାଙ୍କର ଶେଷକୃତ୍ୟ କରାଯିବ। ଆସନ୍ତାକାଲି ବୋଟ କ୍ଲବରେ ଅସମ୍ଭବ ଭିଡ଼କୁ ଦୃଷ୍ଟିରେ ରଖି ଯଥେଷ୍ଟ ମାତ୍ରାରେ ପୁଲିସ୍‌ ମୁତୟନ ବ୍ୟବସ୍ଥା ମଧ୍ୟ କରାଯାଇଛି।

ସମ୍ବନ୍ଧିତ ଖବର

Comments are closed.