ଅଗଷ୍ଟ ୧ରୁ କାର ଦରବୃଦ୍ଧି କରିବ ହୋଣ୍ଡା

ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟମାସ ୧ ତାରିଖରୁ ହୋଣ୍ଡା କାରଗୁଡ଼ିକର ମୂଲ୍ୟ ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେବ । କଞ୍ଚାମାଲ ମହଙ୍ଗା ହେବା କାରଣରୁ ଏହି ଦରବୃଦ୍ଧି କରାଯାଇଛି ବୋଲି କମ୍ପାନି କହିଛି । ଏ ସଂପର୍କରେ ଏକ ବିଜ୍ଞପ୍ତି ଜାରି କରି କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି ଯେ ଇସ୍ପାତ, ରବର ଆଦି କଞ୍ଚାମାଲ, ପରିବହନ ବ୍ୟୟ ବୃଦ୍ଧି ଓ ସୀମା ଶୁଳକ ବୃଦ୍ଧି ଫଳରେ ଏହି ଦରବୃଦ୍ଧି କରିବା ଛଡା ଅନ୍ୟଉପାୟ ନଥିଲା । କମ୍ପାନି ନିକଟରେ ଲଞ୍ଚ କରିଥିବା ଆମେଜର ମଧ୍ୟ ଦରବୃଦ୍ଧି ହେବ । ଗତ ଏପ୍ରିଲମାସରେ ମର୍ସିଡିଜ, ଅଡି ପରି କମ୍ପାନି ଦର ବଢାଇଥିଲେ ।

ସମ୍ବନ୍ଧିତ ଖବର