ଜୁନରେ ହୋଣ୍ଡା ଗାଡ଼ି ବିକ୍ରି ୨୮% ବୃଦ୍ଧି

ଗୁୁରୁଗ୍ରାମ : ଜୁନ ମାସରେ ହୋଣ୍ଡା ମୋଟସାଇକେଲ ଏଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ଼ର ଗାଡ଼ି ବିକ୍ରି ସଂଖ୍ୟା ଜୁନରେ ବୃଦ୍ଧି ଘଟିଛି । ଏହାର ଘରୋଇ ଗାଡ଼ି ବିକ୍ରି ଓ ରପ୍ତାନୀ ସଂଖ୍ୟାରେ ୨୮% ଅଭିବୃଦ୍ଧି ଘଟି ଏହି ସଂଖ୍ୟା ୫୭୧୦୨୦ ହୋଇଛି ଯାହା ଗତବର୍ଷ ଏହି ସମୟରେ ୪୪୪୫୨୮  ଥିଲା । ଏହି ବିକ୍ରି ବୃଦ୍ଧି ଯୋଗୁଁ କଂପାନୀର ବଜାର ଅଂଶ ପାଖାପାଖି ୧% ବୃଦ୍ଧି ପାଇଛି ।

ଘରୋଇ ଗାଡ଼ି ବିକ୍ରି ସଂଖ୍ୟାରେ ୨୯% ଅଭିବୃଦ୍ଧି ଘଟି ଏହି ସଂଖ୍ୟା ଜୁନ ମାସରେ ୫୩୫୪୯୪ ହୋଇଛି ଯାହା ଗତବର୍ଷ ୪୧୬୩୬୫ ଥିଲା ।  ଘରୋଇ କ୍ଷେତ୍ରରେ କଂପାନୀର ବଜାର ଅଂଶ ୧.୪% ବୃଦ୍ଧି ପାଇଛି । ଏହି ସମୟରେ ସ୍କୁଟର ବିକ୍ରି କ୍ଷେତ୍ରରେ ୩୩% ଅଭିବୃଦ୍ଧି ଘଟି ୩୬୧୨୩୬  ଖଣ୍ଡ ଗାଡ଼ି ବିକ୍ରି ହୋଇଛି ଯାହା ଗତବର୍ଷ ୨୭୧୦୦୭  ଥିଲା । ସେହିପରି ମୋଟରସାଇକେଲ ବିକ୍ରି ସଂଖ୍ୟା ୨୦% ବୃଦ୍ଧି ପାଇ ଏହା ୧୭୪୨୫୮ ହୋଇଛି ଯାହା ଗତବର୍ଷ ୧୪୫୩୫୮ ହୋଇଛି ।

ଗତ ଏପ୍ରିଲରୁ ଜୁନ ମାସ ମଧ୍ୟରେ କଂପାନୀର ଗାଡ଼ି ବିକ୍ରି ସଂଖ୍ୟାରେ ୧୬% ଅଭିବୃଦ୍ଧି ଘଟି ଏହା ମୋଟ ୧୮୦୪୫୩୭ ହୋଇଛି ଯାହା ଗତବର୍ଷ ୧୫୬୦୩୪୦ ଥିଲା । ୨୦୧୮-୧୯ରେ ହୋଣ୍ଡାର ରପ୍ତାନୀ ୩୯% ବୃଦ୍ଧି ପାଇ ଏହା ୧୧୪୧୩୨ ହୋଇଛି ଯାହା ଗତବର୍ଷ  ୮୧୮୬୨ ଥିଲା ।

ଏହି ପରିପ୍ରେକ୍ଷୀରେ କଂପାନୀର ବିକ୍ରି ଓ ମାର୍କେଟିଂବରିଷ୍ଠ ଉପସଭାପତି  ୟଦବିନ୍ଦର ସିଂହ ଗୁଲେରିଆ କହିଛ‘ି ଯେ, ହୋଣ୍ଡା ଗାଡ଼ି ପ୍ରତି ଗ୍ରାହକଙ୍କ ସକରାତ୍ମକ ମାନସିକତା ରହିଛି । ଏହି କାରଣରୁ ଗ୍ରାହକ ସଂଖ୍ୟାରେ ୨.୪ ଲକ୍ଷ ଅଧିକ ହୋଇଛି ।

 

ସମ୍ବନ୍ଧିତ ଖବର