ବଜାରରେ ଟେକ୍ନୋ ପକ୍ଷରୁ ଏଆଇ କ୍ୟାମେରା ସିରିଜ୍‌ ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ – ଅଗ୍ରଣୀ ପ୍ରିମିୟମ୍‌ ସ୍ମାର୍ଟଫୋନ୍‌ ନିର୍ମାତା ଟେକ୍ନୋ ମୋବାଇଲ୍‌ ପକ୍ଷରୁ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଟ୍ରାନ୍ସସିଅନ୍‌୍‌ ଇଣ୍ଡିଆର ଏଆଇ କ୍ୟାମେରା ସିରିଜ୍‌ ସ୍ମାର୍ଟଫୋନ୍‌ ବର୍ଗରେ କ୍ୟାମନ୍‌-ଆଇ ଏୟାର-୨, କ୍ୟାମନ-ଆଇ୍‌-୨ଏବଂ କ୍ୟାମନ୍‌ ଆଇ-୨ -ଏକ୍ସ ସ୍ମାର୍ଟଫୋନ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଯେ କୌଣସି ଆଲୋକରେ ଫଟୋ ଉଠାଇବାକୁ ସକ୍ଷମ ହେବା ସହିତ ଫୁଲ ଭିୟୁ ଡିସ୍‌ ପ୍ଲେ ଉପଲବ୍ଧ କରାଇବାକୁ ସକ୍ଷମ ହେବ। ଏହାର ମୂଲ୍ୟ ଯଥାକ୍ରମେ ୮,୯୯୯ ଟଙ୍କା, ୧୦,୪୯୯ ଟଙ୍କା ଏବଂ ୧୨,୪୯୯ ଟଙ୍କା ରହିଛି ।

ଏଥିରେ ୬.୨ ଇଞ୍ଚ ସ୍କ୍ରିନ୍‌, ୧୯.୯ ସୁପର ଫୁଲ୍‌ ଭିୟୁ ନୋଟକ ଡିସପ୍ଲେ, ଏଆଇ ଡୁଆଲ୍‌ କ୍ୟାମେରା,୩୭୫୦ ଏମଏଏଚ୍‌ ବ୍ୟାଟେରୀ, ଡୁଆଲ୍‌ ସିମ୍‌ କାର୍ଡ,ଡୁଆଲ୍‌ ଭୋଲଟେ ଆଦି ବୈଶିଷ୍ଟ୍ୟ ରହିଛି। ଏହାକୁ କ୍ରୟ କଲେ ୫୦ ଜିବରି ଜିଓ ୪ ଜି ଡାଟା ଏବଂ ଅତିରିକ୍ତ ୨୨୫୦ ଟଙ୍କାର ସୁବିଧା ଯୋଗାଇ ଦିଆଯିବ। ଏହାର ବିକ୍ରି ସେପ୍ଟେମ୍ବର ୨୬ ତାରିଖଠାରୁ ଦେଶର ୩୫୦୦୦ରୁ ଅଧିକ ଅଫଲାଇନ୍‌ ଷ୍ଟୋରରେ ଉପଲବ୍ଧ ହେଉଛି। ଦ୍ୱିତୀୟ ତ୍ରୟମାସ ରିପୋର୍ଟ ଅନୁସାରେ ଟେକ୍ନୋ ମୋବାଇଲ୍‌ ବ୍ରାଣ୍ଡ୍‌ ବିକ୍ରିରେ ୭୪% ବୃଦ୍ଧି ଘଟିଛି। ଏଥିରେ ଏଆଇ କ୍ୟାମେରା, ୧୩ ଏମପି ପଛ କ୍ୟାମେରା, ଏାଇ ବେସଡ୍‌ ଅଟୋ ସିନ୍‌ ଡିଟେକସନ୍‌, ଏଆଇ ବୋଖେ, ଭିଡ଼ିଓ ଚାଟ୍‌ ସୁବିଧା ରହିଛି। ଏଥିରେ ଡୁଆଲ୍‌ ସିମ୍‌ କାର୍ଡ,ଡୁଆଲ୍‌ ଭୋଲଟେ ଆଦି ବୈଶିଷ୍ଟ୍ୟ ରହିଛି। ଏଥିରେ ୧୨୮ଜିବି ଏସଡି କାର୍ଡ ବ୍ୟବହାର କରାଯାଇପାରିବ।

ସମ୍ବନ୍ଧିତ ଖବର