ବ୍ରାଣ୍ଡ୍‌ସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୧୯

ସେମାନଙ୍କ ମୁହଁରୁ…
‘ସମ୍ବାଦ’ ପକ୍ଷରୁ ବ୍ରାଣ୍ଡ୍‌ସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୧୯ ଆସନ୍ତା ୧୯ ତାରିଖରେ ହୋଟେଲ ମେ’ ଫେୟାର ପରିସରରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ପ୍ରଦାନ କରାଯିବ। ‘ସମ୍ବାଦ’ର ଏହି ପ୍ରୟାସ ସମ୍ପର୍କରେ ରାଜ୍ୟର ବିଭିନ୍ନ ଶିଳ୍ପସଂଘ, ଉଦ୍ୟୋଗୀ, ବିଶେଷଜ୍ଞ ଓ ଖ୍ୟାତନାମା ବ୍ୟକ୍ତିଙ୍କ ମତାମତ କ’ଣ ରହିଛି ସେ ସମ୍ପର୍କରେ ଏଠାରେ ସେମାନଙ୍କ ମୁହଁରୁ ଶୀର୍ଷକରେ ପ୍ରକାଶ କରୁଛୁ। ଆଜି ଏଠାରେ ରାଜ୍ୟର ଦୁଇଟି ପ୍ରମୁଖ ସଂଘର ବରିଷ୍ଠ କର୍ମକର୍ତ୍ତାଙ୍କ ମତ ଉପସ୍ଥାପନ କରାଯାଇଛି।

ଓଡ଼ିଶାର ଉଦ୍ୟୋଗୀମାନଙ୍କୁ ପ୍ରଶଂସା କରିବା କରିବା ସମ୍ବାଦ ତରଫରୁ ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡ ଏକ ସ୍ବତନ୍ତ୍ର ମାଧ୍ୟମ। ଏହି ସମ୍ମାନ ଦ୍ବାରା ଉଦ୍ୟୋଗୀମାନେ ଅନୁପ୍ରାଣିତ ହେବେ। ସେମାନେ ନିଜର ବ୍ୟବସାୟକୁ ପରିବର୍ତିତ ଦୃଶ୍ୟପଟ୍ଟ ଅନୁଯାୟୀ ଅପ୍‌ଡେଟ୍ କରିପାରି‌ବେ। ଏହି ଅଭିଯାନ ରାଜ୍ୟର ଅଧିକରୁ ଅଧିକ ଉଦ୍ୟୋଗୀଙ୍କୁ ଆକୃଷ୍ଟ କରିବ।
ଦିଲ୍ଲୀପ କୁମାର ପାତ୍ର, ଏଭିପି, ଜିଆଣ୍ଡ୍‌ଡି, ଆମ୍ରି ହସ୍ପିଟାଲ୍ସ ଭୁବନେଶ୍ବର
ଶିଳ୍ପୋଦ୍ୟୋଗୀମାନଙ୍କୁ ପୁରସ୍କୃତ କରାଯିବା କ୍ଷେତ୍ରରେ ସମ୍ବାଦର ଏହି ପ୍ରୟାସକୁ ମୁଁ ସ୍ବାଗତ ଜଣାଉଛି। ପୁରସ୍କାର ବ୍ୟବସାୟୀଙ୍କୁ ପ୍ରେରଣା ‌ଯୋଗାଇଥାଏ। ଶିଳ୍ପ କ୍ଷେତ୍ରରେ ଉନ୍ନତି କରିବାକୁ ଏହା ପ୍ରୋତ୍ସାହିତ କରିଥାଏ। ସରକାର ଏହି କ୍ଷେତ୍ରରେ ପଦକ୍ଷେପ ନେବେ ବ୍ୟବସାୟୀମାନେ ଅଧିକ ଅନୁପ୍ରାଣିତ ହେବେ।
ଆନନ୍ଦ ଅଗ୍ରୱାଲ୍‌, ଚେୟାରମ୍ୟାନ୍, ବୈଦିକ ଏଜୁକେସନାଲ୍ ଟ୍ରଷ୍ଟ୍‌

ସମ୍ବନ୍ଧିତ ଖବର