‘ସପ୍‌-ଏ-ଫ୍ଲି’ ୧୪ରୁ: ଗୋଟିଏ ଛାତ ତଳେ ମିଳିବ ମୁମ୍ବାଇର ପ୍ରସିଦ୍ଧ ସାମଗ୍ରୀ

ଭୁବନେଶ୍ୱର: ରାଜଧାନୀବାସୀ ପୂର୍ବରୁ କେବେ ପାଇନଥିବା ସପିଙ୍ଗ ଅନୁଭୂତି ହାସଲ କରିପାରିବେ। ରାତିରେ ସପିଙ୍ଗ କରିବାର ମଜା ନେଇପାରିବେ। ଦୀପାବଳି ପାଖେଇ ଆସୁଥିବା ବେଳେ ନିଜକୁ ସବୁ ଦୃଷ୍ଟିରୁ ପ୍ରସ୍ତୁତ ରଖିବା ପାଇଁ ଲୋକମାନେ ଯାହା ସବୁ ଚାହୁଁଛନ୍ତି ତାହା ଗୋଟିଏ ଛାତ ତଳେ ପାଇପାରିବେ। ପ୍ରଥମ ଥର ପାଇଁ ଭୁବନେଶ୍ୱରର ହୋଟେଲ୍‌ କ୍ରାଉନ୍‌ରେ ଆୟୋଜିତ ହେବାକୁ ଯାଉଛି ପ୍ରାକ୍‌ ଦୀପାବଳି ରାତ୍ରୀ ବଜାର ‘ସପ୍‌-ଏ-ଫ୍ଲି’। ଏହା ଅକ୍ଟୋବର ୧୪ ଏବଂ ୧୫ରେ ଆୟୋଜନ କରାଯିବ। ଦିନ ୧୧ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଏଠାରେ ଗ୍ରାହକମାନେ ସପିଙ୍ଗର ମଜା ନେଇପାରିବେ। ଏହି ରାତ୍ରୀ ବଜାରରେ ଲାକ୍‌ମି ଫେସନ୍‌ ଓ୍ଵିକ୍‌ର ଲୋକପ୍ରିୟ ସୌଗତ ପଲ୍‌ଙ୍କ ସୁପ୍‌, ପାଶା, ଶ୍ରୁତି ମୋଦି, ପ୍ରିୟା ସିଂହ, କୋରାଲ୍‌ କନ୍‌ସେପ୍ଟ ଏବଂ ଅତାରା ଆଦି ଡିଜାଇନରଙ୍କ ସାମଗ୍ରୀ ସାମିଲ ହେବ। ଏହା ବ୍ୟତୀତ ମୁମ୍ବାଇର ଶ୍ରବ୍ୟ ଆର୍ଟେଫ୍ୟାକ୍ଟ, ସାଇ ହୋମ୍‌ ଡେକର୍‌ ଏବଂ ସ୍ପେସ୍‌ ଷ୍ଟୋରି ମଧ୍ୟ ସାମିଲ ହେବେ। ଦୀପାବଳି ସମୟର ଗହଣା ଏବଂ କଷ୍ଟ୍ୟୁମ୍‌ ଆବଶ୍ୟକତାକୁ ପୂରଣ କରିବା ପାଇଁ ସପ୍‌-ଏ-ଫ୍ଲିରେ ବସୁନ୍ଧରା ମନ୍ତ୍ରୀ, ଲେରାକି, ସାଇରା ଜୁଏଲାରି, ବୁଟିକ୍‌, ଅଲବାରି, ପାରୁଲ୍‌ ଗୋଏଲ, ରୁରି ୪, ଜୋଭାଲା, ନିକିତା କୋଟୁର୍‌ ଆଦି ମଧ୍ୟ ସାମିଲ ହେବେ। ଥାଇଲ୍ୟାଣ୍ଡ୍‌ର ପାଦ ମସାଜ୍‌ ସୁବିଧା ସହିତ ଏଠାରେ ଶିଶୁଙ୍କ ପାଇଁ ଏକ ସ୍ୱତନ୍ତ୍ର ଜୋନ୍‌ ରହିବ। ସୁସ୍ୱାଦୁ ଖାଦ୍ୟ ଖାଇବାର ସୁବିଧା ମଧ୍ୟ ଏଠାରେ ଲୋକମାନେ ପାଇପାରିବେ। କେବଳ ସେତିକି ନୁହେଁ ସପ୍‌-ଏ-ଫ୍ଲିରେ ନଖ ଏବଂ ମେହେନ୍ଦୀ କାରିଗର ମଧ୍ୟ ରହିବେ। ଏଠାରେ ଲୋକମାନେ ସପରିବାର ସପିଙ୍ଗର ମଜା ଉଠାଇପାରିବେ। ପ୍ରତି ସଦସ୍ୟଙ୍କ ପାଇଁ ଏହା କିଛି ନା କିଛି ସ୍ୱତନ୍ତ୍ର ସାମଗ୍ରୀ ପ୍ରଦାନ କରିବ। ମଧ୍ୟରାତି ସପିଙ୍ଗଠାରୁ ଆରମ୍ଭ କରି ଲାଇଫ୍‌ଷ୍ଟାଇଲ୍‌ ଏବଂ ସୁସ୍ୱାଦୁ ଖାଦ୍ୟର ମଜା ନେଇ ଲୋକମାନେ ରୋମାଞ୍ଚିତ ହୋଇପାରିବେ।

ସମ୍ବନ୍ଧିତ ଖବର