‘ସେନ୍‌କୋ ଗୋଲ୍‌ଡ ଆଣ୍ଡ୍‌ ଡାଇମଣ୍ଡସ୍‌’ରେ ଚୁଡ଼ି ଉତ୍ସବ

ଭୁବନେଶ୍ୱର:  ସେନ୍‌କୋ ଗୋଲ୍‌ଡ ଆଣ୍ଡ ଡାଇମଣ୍ଡସ୍‌ ପକ୍ଷରୁ ଚୁଡ଼ି ଉତ୍ସବ ୨୦୧୮ ବିଷୟରେ ଘୋଷଣା କରାଯାଇଛି। ଏହି ଅବସରର ଗ୍ରାହକମାନେ ୫୦୦୦ରୁ ଅଧିକ ଡିଜାଇନ୍‌ ପାଇପାରିବେ। ସୁନା, ପ୍ଲାଟିନମ୍‌, ରୁପା ଓ ହୀରା ଗହଣା ଉପରେ ଆକର୍ଷଣୀୟ ରିହାତି ପାଇବେ।  ପଣା ସଂକ୍ରାନ୍ତୀ ଓ ଅକ୍ଷୟ ତୃତୀୟାକୁ ଦୃଷ୍ଟିରେ ରଖି ଆକର୍ଷଣୀୟ ଅଫର ଓ ରିହାତିକୁ ମଧ୍ୟ ଉନ୍ମୋଚନ କରାଯାଇଛି। ଗହଣାର ମୂଲ୍ୟ ୭୦୦୦ ଟଙ୍କାରୁ ଆରମ୍ଭ ହୋଇଛି। ଗଢ଼ା ମୂଲ୍ୟ ୮%ରୁ ୨୦% ସ୍ତରରେ ରହିଛି। ଏପ୍ରିଲ୍‌ ମାସରେ ଏହି ଅଫର ଜାରି ରହିବ ବୋଲି ସଂସ୍ଥାର କାର୍ଯ୍ୟନିର୍ବାହୀ ନିର୍ଦେଶକ ଶୁଭଙ୍କର ସେନ୍‌ କହିଛନ୍ତି। ଏହି ଅବସରରେ ୨୫ ହଜାର ଟଙ୍କାରୁ ଅଧିକ ମୂଲ୍ୟର କିଣାକିଣି କରି ଗ୍ରାହକମାନେ ମାଗଣାରେ ସୁନା କଏନ ପାଇପାରିବେ।

ସମ୍ବନ୍ଧିତ ଖବର