କିଙ୍ଗସ ଇଲେଭେନ ପଂଜାବର ପାର୍ଟନର୍‌ ହେଲା ଟେକ୍ନୋ ମୋବାଇଲ୍‌

ନୂଆଦିଲ୍ଲୀ:  ପ୍ରିମିୟମ୍‌ ସ୍ମାର୍ଟଫୋନ୍‌ ନିର୍ମାତା ଟେକ୍ନୋ ମୋବାଇଲ୍‌ ପକ୍ଷରୁ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ କିଙ୍ଗ ଏକାଦଶ ପଂଜାବର ଅଫିସିଆଲ ପାର୍ଟନର ହେବା ସମ୍ପର୍କରେ ଆଜି ଘୋଷଣା କରିଛି। ଏହି ଦଳ ଦିଲ୍ଲୀ ଡେୟାର ଡେଭିଲ୍‌ ସହିତ ୨୦୧୮ ଏପ୍ରିଲ୍‌ ୮ ତାରିଖରେ ଘରୋଇ ଗ୍ରାଉଣ୍ଡ୍‌ ପିସିଏ ମୋହଲାରେ ଖେଳିବ। ଏହା ମାଧ୍ୟମରେ କମ୍ପାନୀ ଟେକ୍ନୋ ବ୍ରାଣ୍ଡ୍‌ ସମ୍ପର୍କରେ ଗ୍ରାହକଙ୍କ ମଧ୍ୟରେ ସେଚତନତା ସୃଷ୍ଟି କରିବାକୁ ସକ୍ଷମ ହେବ। ଏହାର ଅତୁଳନୀୟ କ୍ୟାମେରାଯୁକ୍ତ ସ୍ମାର୍ଟଫୋନ୍‌ କ୍ୟାମନ୍‌-ଆଇ ଏବଂ କ୍ୟାମନ୍‌-ଆଇ ଏୟାର ଗ୍ରାହକ ଆଦୃତି ଳାଭ କରିବାକୁ ସକ୍ଷମ ହେବ।

ଏହି ଅବସରରେ ଟ୍ରାନ୍ସସିଅନ୍‌ ଇଣ୍ଡିଆର ମାର୍କେଟିଙ୍ଗ୍‌ ଉପ ସଭାପତି ଶ୍ରୀ ଗୌରବ ଟିକ୍କୋ କହିଲେ, ‘ ଏହି ନୁତନ ସହଭାଗିତା ମାଧ୍ୟମରେ ଆମେ କାରବାର ବୃଦ୍ଧି କରିବାକୁ ସକ୍ଷମ ହେବୁ। କ୍ରିକେଟ ଭାରତରେ ବେଶ୍‌ ଲୋକପ୍ରିୟ । କିଙ୍ଗ ଏକାଦଶ ପଂଜାବର ଅତୁଳନୀୟ ପ୍ରଦର୍ଶନ ମାଧ୍ୟମରେ ଆମେ କ୍ୟାମନ୍‌ ସ୍ମାର୍ଟଫୋନ୍‌କୁ ଗ୍ରାହକଙ୍କ ନିକଟରେ ଆଦୃତ କରିବାକୁ ସକ୍ଷମ ହେବୁ। ଆମେ ଆଶା କରୁଛୁ ଏହି ଦଳ ଆଇପିଏଲ୍‌ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିବ।‘

ଟୋକ୍ନୋର କ୍ୟାମନ୍‌ ପୋର୍ଟଫୋଲିଓରେ କ୍ୟାମନ୍‌-ଆଇ ଏବଂ କ୍ୟାମନ୍‌-ଆଇ ଏୟାର ସିରିଜ୍‌ ସ୍ମାର୍ଟଫୋନ୍‌ର ମୂଲ୍ୟ ଯଥାକ୍ରମେ ୮,୯୯୯ଟଙ୍କା ଏବଂ ୭୯୯୯ଟଙ୍କା ରହିଛି। ସୂଚନାଯୋଗ୍ୟ, ଟେକ୍ନୋ ମୋବାଇଲ୍‌ ଟ୍ରାନ୍ସସିଅନ୍‌ ହୋଲଡିଂର ଅଂଶବିଶେଷ। ଏହା ୨୦୦୬ରେ ସ୍ଥାପିତ ହୋଇଥିଲା। ଏହାର ଘରୋଇ ତଥା ଅନ୍ତର୍ଜାତୀୟସ୍ତରରେ ସଫଳତାର ସହିତ ଫିଚର ଫୋନ୍‌, ସ୍ମାର୍ଟଫୋନ୍‌, ଟ୍ୟାବଲେଟ୍‌ କାରବାର ଜାରି ରଖିଛି। ଏହା ବିଶ୍ୱର ୪୦ରୁ ଅଧିକ ଦେଶରେ କାରବାର ଜାରି ରଖିଛି। ଆଫ୍ରିକାର ଶ୍ରେଷ୍ଠ ୩ଟି ମୋବାଇଲ୍‌ ମଧ୍ୟରେ ଏହା ନିଜର ସ୍ଥାନ ହାସଲ କରିପାରିଛି ।

ସମ୍ବନ୍ଧିତ ଖବର