ଜିଓ ଆଣିଲା ନୂଆ ପ୍ଲାନ୍‌

ମୁମ୍ବାଇ: ରିଲାଏନ୍‌ସ ଜିଓ ତରଫରୁ ଗ୍ରାହକଙ୍କ ପାଇଁ ତିନିଟି ନୂଆ ପ୍ଲାନ୍‌ ଘୋଷଣା କରାଯାଇଛି। ଅଲ୍‌ ଇନ୍ ୱାନ୍ ନାମକ ଏହି ପ୍ଲାନ୍‌ରେ ଗ୍ରାହକମାନେ ୨୨୨ ଟଙ୍କାରେ ୧ ମାସ, ୩୩୩ ଟଙ୍କାରେ ଦୁଇ ମାସ ଏବଂ ୪୪୪ ଟଙ୍କାରେ ତିନି ମାସିଆ ପ୍ଲାନ୍‌ କିଣିପାରିବେ। ପ୍ରତି ପ୍ଲାନ୍‌ରେ ଦିନକୁ ୨ ଜିବି ଡାଟା ଏବଂ ଜିଓ ନମ୍ବରକୁ ମାଗଣା କଲ୍ ଏବଂ ଏସ୍‌ଏମ୍ଏସ୍‌ ତଥା ଅନ୍ୟାନ୍ୟ ସୁବିଧା ମିଳିବ। ପ୍ରତିଟି ପ୍ଲାନ୍‌ରେ ଗ୍ରାହକମାନଙ୍କୁ ଅନ୍ୟ ନମ୍ବରକୁ ଫୋନ୍ କରିବା ଲାଗି ୧୦୦୦ ମିନିଟ୍‌ର ମାଗଣା ଟକ୍‌ଟାଇମ୍ ମିଳିବ।

ସମ୍ବନ୍ଧିତ ଖବର

Comments are closed.