ନିରବଙ୍କ ବିରୋଧରେ ରେଡ୍‌ କର୍ଣ୍ଣର ନୋଟିସ୍‌

Red corner notice toନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପ୍ରାୟ ୧୩ ହଜାର କୋଟି ଠକେଇ ମାମଲାରେ ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ନାମରେ ଇଣ୍ଟରପୋଲ୍‌ ରେଡ୍‌ କର୍ଣ୍ଣର ନୋଟିସ ଜାରି କରିଛି। ନିରବ ମୋଦିଙ୍କ ସମେତ ତାଙ୍କ ଭାଇ ନିଶାଲ ମୋଦି ଓ ଘନିଷ୍ଠ ସହଯୋଗୀ ସୁଭାଷ ପରବଙ୍କ ବିରୋଧରେ ମଧ୍ୟ ଇଣ୍ଟରପୋଲ୍‌ ଏହି ନୋଟିସ୍‌ ଜାରି କରିଛି। ଗତମାସରେ ସିବିଆଇ ଇଣ୍ଟରପୋଲ୍‌କୁ ଏଥିପାଇଁ ଅନୁରୋଧ କରିଥିଲା। ଯଦି ନିରବଙ୍କ ସନ୍ଧାନ ମିଳେ ତାହେଲେ ତାଙ୍କୁ ଅଟକ ରଖିବା କିମ୍ବା ଗିରଫ କରିବା ଲାଗି ଇଣ୍ଟରପୋଲ୍‌ ଏହାର ୧୯୨ଟି ସଦସ୍ୟ ରାଷ୍ଟ୍ରକୁ ଅନୁରୋଧ କରିଛି। ଏହାପରେ ହିଁ ଯାଇ ନିରବଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବା ବା ପଠାଇବା ନେଇ ପ୍ରକ୍ରିୟା ଆରମ୍ଭ ହୋଇପାରିବ। ଗତ ୨୯ ତାରିଖରେ ଇଣ୍ଟରପୋଲ୍‌ ଏହି ନୋଟିସ୍‌ ଜାରି କରିଛି।

ସମ୍ବନ୍ଧିତ ଖବର