ପିଏନ୍‌ବି ଶାଖାର ନୂତନ ପରିସର ଉଦ୍‌ଘାଟିତ

Panjab National bank new branch inaugurated

:ଭୁବନେଶ୍ୱର ପିଏନ୍‌ବି ଆର୍‌ପିଆର୍‌ସି ଶାଖାର ନୂତନ ପରିସର ଉଦ୍‌ଘାଟିତ ହୋଇଯାଇଛି। ବ୍ୟାଙ୍କର କୋଲକାତା ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ଏଲ୍‌ କେ ମାଲ୍‌ହୋତ ଓ ଭୁବନେଶ୍ୱର ମଣ୍ଡଳ ମୁଖ୍ୟ ଗଣପତ ଲାଲ୍‌ଙ୍କ ଉପସ୍ଥିତିରେ ଏହି ପରିସରକୁ ଉଦ୍‌ଘାଟନ କରାଯାଇଛି। ଏହି ଅବସରରେ ଆର୍‌ପିଆର୍‌ସି ଶାଖାର ମୁଖ୍ୟ ପ୍ରବନ୍ଧକ, ପ୍ରତାପ କୁମାର ବଇରୀଗଞ୍ଜନ, ପୂର୍ବତନ ମହାପ୍ରବନ୍ଧକ ସୁଶାନ୍ତ କୁମାର ମହାନ୍ତି ଏବଂ ଦେବରାଜ ତ୍ରିପାଠୀ ଉପସ୍ଥିତ ଥିଲେ। ଏହି ଉପଲକ୍ଷେ ଶ୍ରୀ ଲାଲ୍‌ଙ୍କ ଦ୍ୱାରା ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆର୍‌ପିଆର୍‌ସି କ୍ୟାମ୍ପସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।

ସମ୍ବନ୍ଧିତ ଖବର