ପିଏସୟୁ ମାନଙ୍କୁ ୧୦୦ ଦିନର ଯୋଜନା ମାଗିଲେ ମୋଦି

ନୂଆଦିଲ୍ଲୀ: ଦେଶରେ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡ଼ିକର ଅବସ୍ଥା ଭଲନାହିଁ । ବଢିଚାଲିଥିବା ଋଣ, ପ୍ରତିଯୋଗିତା ଦୁର୍ନୀତି ଯୋଗୁଁ ପିଏସୟୁ ଗୁଡ଼ିକ ଏବେ ଚାପରେ ଅଛନ୍ତି । କିନ୍ତୁ ଏହା ପଛରେ ପରିଚାଳନାଗତ ତ୍ରୁଟି ମଧ୍ୟ ରହିଛି । ପିଏସୟୁ ଗୁଡ଼ିକର ଖରାପ ହାଲତକୁ ନେଇ ସରକାର ମଧ୍ୟ ଚିନ୍ତାରେ ଅଛନ୍ତି । ଏଥିପାଇଁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିସ୍ଥିତିରେ ହସ୍ତକ୍ଷେପ କରିବା ସହ ପିଏସୟୁ ଗୁଡ଼ିକର ଅବସ୍ଥାରେ କିପରି ସୁଧାର ଆସିପାରିବ ସେ ନେଇ ଏକ ୧୦୦ ଦିନିଆ ଆକ୍ସନ ପ୍ଲାନ ପ୍ରଦାନ କରିବାକୁ ପିଏସୟୁ ଗୁଡ଼ିକର ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ ଅନୁଷ୍ଠିତ ସିପିଇସି କନକ୍ଲେଭ ଅବସରରେ ମୋଦି କହିଛନ୍ତି ଯେ ପିଏସୟୁଗୁଡ଼ିକର ସିଏସଆର ବ୍ୟୟ ପ୍ରତିବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ କ୍ଷେତ୍ରକୁ ଲକ୍ଷ୍ୟ ରଖି କରାଯିବା ଉଚିତ ।

ସମ୍ବନ୍ଧିତ ଖବର