ମହଙ୍ଗା ହେଲା ଷ୍ଟେଣ୍ଟ୍

ନୂଆଦିଲ୍ଲୀ: ହୃଦରୋଗୀଙ୍କ ଚିକିତ୍ସାରେ ଲାଗୁଥିବା ଷ୍ଟେଣ୍ଟ୍‌ ମୂଲ୍ୟ ଏପ୍ରିଲ ପହିଲାରୁ ୪.୨ ପ୍ରତିଶତ ବୃଦ୍ଧି ଘଟିଛି। ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ (ଏନପିପିଏ) ଷ୍ଟେଣ୍ଟ୍‌ର ଏହି ମୂଲ୍ୟ ବୃଦ୍ଧିକୁ ଅନୁମତି ପ୍ରଦାନ କରିଛନ୍ତି। ଏହାଫଳରେ ବେୟାର ମେଟାଲ ଷ୍ଟେଣ୍ଟ୍ ବା ବିନା କୋଟିଂ ବାଲା ଷ୍ଟେଣ୍ଟ ମୂଲ୍ୟ ୮୨୬୧ ଟଙ୍କା ଏବଂ ଔଷଧ ‌ପ୍ରଲେପ ଦିଆଯାଇଥିବା ଷ୍ଟେଣ୍ଟ (ଡ୍ରଗ ଏଲ୍ୟୁଟିଂ ଷ୍ଟେଣ୍ଟ୍)ର ମୂଲ୍ୟ ୩୦,୦୮୦ ଟଙ୍କା ହୋଇଛି। ଏନପିପିଏ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ୨୦୧୮ ବର୍ଷରେ ୪.୨୬ ପ୍ରତିଶତର ପାଇକାରୀ ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଷ୍ଟେଣ୍ଟର ସର୍ବାଧିକ ମୂଲ୍ୟ ୨୦୧୯ ଏପ୍ରିଲ ପହିଲାରୁ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର