ଆଉ ମାତ୍ର କିଛି ଘଣ୍ଟାପରେ ଏହିସବୁ ଫୋନରେ ହ୍ଵାଟ୍ସଆପ ଚାଲିବ ନାହିଁ

ଆଉ ମାତ୍ର କେତେ ଘଣ୍ଟାପରେ କେତେକ ଫୋନରେ ହ୍ଵାଟ୍ସଆପ ଅକାମୀ ହୋଇଯିବ । ସେଗୁଡିକ ମଧ୍ୟରେ ରହିଛି ବ୍ଲାକ୍‌ବେରି ଓଏସ୍‌ , ବ୍ଲାକ୍‌ବେରି ୧୦ , ଓ୍ଵିଣ୍ଡୋଜ୍‌ ଫୋନ ୮.୦ ଏବଂ ଅନ୍ୟ କେତେକ ପୁରୁଣା ଅପରେଟିଂ ସିଷ୍ଟମ ଥିବା ସ୍ମାର୍ଟଫୋନ । ତେବେ ଏହା ଫଳରେ ଗ୍ରାହକମାନଙ୍କର ବିଶେଷ ଅସୁବିଧା ହେବନାହିଁ ବୋଲି କମ୍ପାନି ଭାବୁଛି । କାରଣ ଏସବୁ ଅଧିକାଂଶ ଅପରେଟିଂ ପ୍ଲାଟଫର୍ମ ଏବେ ଆଉ ବିଶେଷଭାବେ  ପ୍ରଚଳନ ହେଉନାହିଁ । ମାଇକ୍ରୋସଫ୍ଟ ଓ୍ଵିଣ୍ଡୋଜ୍‌ ଫୋନ ୮.୦କୁ ଆଉ ସପୋର୍ଟ କରୁନାହିଁ । ସେହିପରି ବ୍ଲାକବେରୀ ମଧ୍ୟ ବ୍ଲାକ୍‌ବେରି ଓଏସ୍‌କୁ ଛାଡି ଏବେ ଆଣ୍ଡ୍ରଏଡ୍ ଫୋନ ବାହାର କଲାଣି ।

BGR India

ଏସବୁ ଅପରେଟିଂ ସିଷ୍ଟମ ଥିବା କେତେକ ଫୋନ ହେଲେ ନୋକିୟା ସାମ୍ବିୟାନ ଏସ୍‌ ୬୦, ବ୍ଲାକ୍‌ବେରି ଓଏସ ଏବଂ ବ୍ଲାକ୍‌ବେରି ୧୦,ଓ୍ଵିଣ୍ଡୋଜ୍‌ ଫୋନ ୮.୦ ଏବଂ ପୁରୁଣା ନୋକିଆ ଏସ ୪୦, ଆଣ୍ଡ୍ରଏଡ଼ ୨.୩.୭ ।  ଏଣୁ ଆପଣ ଯଦି ଏପରି ଫୋନ ରଖିଛନ୍ତି ତେବେ ହ୍ଵାଟ୍ସଆପ ବବହାର ଲାଗି ଏସବୁକୁ ବଦଳେଇ ନୂଆ ବର୍ଷରେ ନୂଆ ଫୋନ ଆଣନ୍ତୁ ।

ସମ୍ବନ୍ଧିତ ଖବର