ଆମାଜନ ପେ ପକ୍ଷରୁ କାର୍ଡ ଲେସ୍‌ ଆମାଜନ୍‌ ପେ ଇଏମ୍‌ଆଇ ସୁବିଧା ଆରମ୍ଭ

ନୂଆଦିଲ୍ଲୀ: ଗ୍ରାହକଙ୍କୁ ନୂତନ ତତ୍କାଳ ଏବଂ ସହଜ ସୁରକ୍ଷିତ ସପିଂ ଅଭିଜ୍ଞତା ପ୍ରଦାନ ପାଇଁ ଆମାଜନ ପେ ପକ୍ଷରୁ କାର୍ଡ ଲେସ୍‌ ଆମାଜନ୍‌ ପେ ଇଏମ୍‌ଆଇ ସୁବିଧାର ଆରମ୍ଭ କରାଯାଇଛି। ଏହା ଗ୍ରାହକଙ୍କୁ ଇନଷ୍ଟାଣ୍ଟ ଫାଇନାନ୍ସ ସୁବିଧା ଉପଲବ୍ଧ କରାଇବାକୁ ସକ୍ଷମ ହେବ । ଫଳରେ ଅଧିକ ମୂଲ୍ୟର ଜିନିଷ କିଣିବା ସମୟରେ ଗ୍ରାହକ ବେଶ୍‌ ଉପକୃତ ହୋଇପାରିବେ। ଏହା ଦ୍ୱାରା ୬୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜିନିଷ କିଣାଯାଇପାରିବ।ଏହା ମାଧ୍ୟମରେ ଗ୍ରାହକ ସ୍ୱଳ୍ପ ସୁଧହାର ସୁବିଧା ଉପଲବ୍ଧ କରିପାରିବେ । ଏଥି ପାଇଁ ଗ୍ରାହକଙ୍କୁ ଦୁଇ ଷ୍ଟେପ୍‌ ବିଶିଷ୍ଟ ସହଜ ପଂଜୀକରଣ କରିବାକୁ ପଡ଼ିବ। ଗ୍ରାହକଙ୍କୁ ଏହି ସୁବିଧା ହାସଲ ପାଇଁ ପ୍ୟାନ୍‌ ଏବଂ କେୱାଇସି ସମ୍ପର୍କିତ ପିକରଣ କରିବାକୁ ପଡ଼ିବ। ଏଥିଲାଗି ଗ୍ରାହକଙ୍କୁ କୌଣସି ପ୍ରୋସେସିଂ ଫି ଦେବାକୁ ପଡ଼ିବ ନାହିଁ। ଏହା ଦ୍ୱାରା ଗ୍ରାହକ ଚିନ୍ତାମୁକ୍ତ ଭାବେ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଯେ କୌଣସି ଜିନିଷ କ୍ରୟ କରିପାରିବେ। ଏହି ସୁବିଧାରେ ଗ୍ରାହକଙ୍କୁ ୩ ଏବଂ ୬ ମାସର ଇଏମ୍‌ଆଇ ସୁବିଧା ଯୋଗାଇ ଦିଆଯିବ ।

ସମ୍ବନ୍ଧିତ ଖବର