ଆମ୍େଓ୍ଵର ନୂଆ ’ନ୍ୟୁଟ୍ରିଲାଇଟ୍ ଟ୍ରାଡିସ୍ନାଲ୍ ହବସ୍’ ଉତ୍ପାଦ ଉନ୍ମୋଚନ କରିବାକୁ ଭୁବନେଶ୍ୱର ଆସିଥିବା କଂପାନିର ଦୁଇ ଅଧିକାରୀ ନ୍ୟୁଟ୍ରିସନ୍ ଓ େଓ୍ଵଲନେସ୍ ବିଭାଗ ମୁଖ୍ୟ ଅଜୟ ଖାନ୍ନା ଓ ଆଞ୍ଚଳିକ ପ୍ରବନ୍ଧକ ଚନ୍ଦ୍ରା ଚକ୍ରବର୍ତୀ ଆମ୍େଓ୍ଵର କାରବାର, ଭବିଷ୍ୟତ ଯୋଜନା ଓ ଭାରତର ପ୍ରତ୍ୟକ୍ଷ ବିକ୍ରି ବଜାର ବିଷୟରେ ଯାହା କହିଥିଲେ ତାହା ଏଠାରେ ଉପସ୍ଥାପନ କରାଯାଇଛି:
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର ଗସ୍ତର କାରଣ କ’ଣ?
ଆମର ନୂଆ ନ୍ୟୁଟ୍ରିଲାଇଟ୍ ଟ୍ରାଡିସ୍ନାଲ୍ ହର୍ବସ୍ ଉତ୍ପାଦଗୁଡ଼ିକୁ ଉନ୍ମୋଚନ କରିବାକୁ ଆମେ ଭୁବନେଶ୍ୱର ଆସିଛୁ। ଏହି ଉତ୍ପାଦକୁ ତୁଳସୀ, ବ୍ରାହ୍ମି, ଅଶ୍ୱଗନ୍ଧା, ଅଁଳା, ହରିଡ଼ା ଓ ବାହାଡ଼ା ଆଦି ବର୍ଗରେ ପ୍ରସ୍ତୁତ କରାଯାଇଛି। ତୁଳସୀ ଉତ୍ପାଦର ଗୋଟିଏ ଟାବ୍ଲେଟ୍ ୧୦୦ଟି ଶୁଖିଲା ତୁଳସୀ ପତ୍ରର ଗୁଣ ସହିତ ସମାନ। ସେହିଭଳି ଅନ୍ୟ ବର୍ଗଗୁଡ଼ିକର ଭିନ୍ନ ଭିନ୍ନ ଉପକାରିତା ରହିଛି। ଏହା ଲୋକମାନଙ୍କ ଶରୀର ଓ ମନକୁ ସୁସ୍ଥ ରଖିବ। ଏଥି ସହିତ ସେମାନଙ୍କ ଭିତରେ ଥିବା ଚାପ ଓ ଉଦ୍ବେଗ ଆଦିକୁ ଦୂର କରିବ।
ଟ୍ରାଡିସନାଲ୍ ହର୍ବସ୍ ଉତ୍ପାଦଗୁଡ଼ିକର ଲାଭ କଣ?
ଆମେ ଦୀର୍ଘ ବର୍ଷ ଧରି ଗବେଷଣା କରିବା ପରେ ଏହି ଉତ୍ପାଦଗୁଡ଼ିକୁ ପ୍ରସ୍ତୁତ କରିଛୁ। ଶହ ଶହ ବୈଜ୍ଞାନିକ ଗଭୀର ଗବେଷଣା କରି ବିଭିନ୍ନ ଚେରମୂଳର ଡିଏନ୍ଏ ଫିଙ୍ଗରପ୍ରିଣ୍ଟ୍ ପ୍ରସ୍ତୁତ କରିଛନ୍ତି। ସବୁଠୁ ଭଲ ଚେରମୂଳକୁ ଆମେ ଏହି ଉତ୍ପାଦ ପ୍ରସ୍ତୁତିରେ ବ୍ୟବହାର କରିଛୁ। ଏଥିରେ ଶୁଦ୍ଧତା, ସୁରକ୍ଷା ଏବଂ ପ୍ରଭାବଶାଳୀ ଶକ୍ତିକୁ ନିଶ୍ଚିତ କରାଯାଇଛି। ଅର୍ଗାନିକ୍ ଫାର୍ମରୁ ବିଭିନ୍ନ ସାମଗ୍ରୀ ଅଣାଯାଇ ଆମର ତାମିଲନାଡୁରେ ଥିବା ଏଲ୍ଇଇଡି ଗୋଲ୍ଡ ସାର୍ଟିଫାଏଡ୍ କାରଖାନାରେ ତାହାର ପ୍ରକ୍ରିୟାକରଣ ଏବଂ ମିଶ୍ରଣ ପ୍ରସ୍ତୁତ କରାଯାଇଛି। ଭାରତୀୟ ଖାଦ୍ୟ ସୁରକ୍ଷା ନିୟାମକ ସଂସ୍ଥା ଏଫ୍ଏସ୍ଏସ୍ଏଆଇର ନିୟମ ଅନୁସାରେ ସବୁ ଉତ୍ପାଦ ପ୍ରସ୍ତୁତ ହୋଇଛି। ଶରୀରର ପାଇଁ ଟ୍ରାଡିସନାଲ୍ ହର୍ବସ୍ ରେଞ୍ଜ ବହୁତ ଲାଭଦାୟକ।
ନୂଆ ଉତ୍ପାଦରୁ କଂପାନି କ’ଣ ଆଶା କରୁଛି?
ଭାରତରେ ଆମର ନ୍ୟୁଟ୍ରିଲାଇଟ୍ ବ୍ରାଣ୍ଡ୍ ବହୁତ ଲୋକପ୍ରିୟ। ନ୍ୟୁଟ୍ରିଲାଇଟ୍ରୁ ଆମର କାରବାର ୧୦୦୦ କୋଟିରୁ ଅଧିକ ହୋଇଛି। ନୂଆ ଟ୍ରାଡିସ୍ନାଲ୍ ହର୍ବସ୍ ଉତ୍ପାଦ ମାଧ୍ୟମରେ ଏହି କାରବାର ଆଗାମୀ ଦିନରେ ବହୁତ ବଢ଼ିବ। ଚଳିତ ବର୍ଷ ନୂଆ ଉତ୍ପାଦରୁ ଆମେ ୫୦ କୋଟି ଟଙ୍କାର କାରବାର କରିବାକୁ ଚାହୁଁଛୁ। ୨୦୨୦ ସୁଦ୍ଧା କେବଳ ଟ୍ରାଡିସନାଲ୍ ହର୍ବସ୍ ଉତ୍ପାଦରୁ ୧୨୫ କୋଟି ଟଙ୍କାର ରାଜସ୍ୱ ହାସଲ କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ୨୦୧୮ରେ ଆମର କାରବାର ପରିମାଣ ୨୦୦୦ କୋଟି ଟଙ୍କାରୁ ଅଧିକ ହେବାର ସମ୍ଭାବନା ରହିଛି। ସେଥିରେ ନ୍ୟୁଟ୍ରିଲାଇଟ୍ର ଅବଦାନ ୫୦-୫୫%ରୁ ଅଧିକ ରହିବ।
ଭାରତର ପ୍ରତ୍ୟକ୍ଷ ବିକ୍ରି ବଜାର କେତେ ବଡ଼?
୨୦୧୪ରେ ଏହି ବଜାର ପରିମାଣ ୭୪୦୦ କୋଟି ଟଙ୍କା ଥିଲା। ଏବେ ତାହା ୮୪୦୦ କୋଟି ଟଙ୍କାରେ ପହଞ୍ଚିଛି। ୨୦୨୫ ସୁଦ୍ଧା ଦେଶର ପ୍ରତ୍ୟକ୍ଷ ବିକ୍ରି ବଜାର ୬୪,୫୦୦ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଉଛି। ଆଗାମୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଏଥିରେ ହାରାହାରି ୧୦%ର ବାର୍ଷିକ ବୃଦ୍ଧି ହେବ। ଭାରତରେ ଟ୍ରାଡିସନାଲ୍ ବର୍ହସ୍ ଉତ୍ପାଦ ପାଇଁ ୨୪୦୦ କୋଟି ଟଙ୍କାର ବଜାର ସୁଯୋଗ ରହିଛି।
ଆଉ କିଛି ନୂଆ ଉତ୍ପାଦ ଆଣିବାର ଯୋଜନା ଅଛି କି?
ଆଗାମୀ ଦିନରେ ଆମେ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଉତ୍ପାଦ ଆଣିବା ଉପରେ ଚିନ୍ତା କରୁଛୁ। ଏହା ବ୍ୟତୀତ ପରିବେଶ ମିତବ୍ୟୟୀ ଉତ୍ପାଦ ମଧ୍ୟ ଆମ ଯୋଜନାରେ ରହିଛି। ଓଜନ ପରିଚାଳନା ଓ ସ୍ପୋର୍ଟସ୍ ନ୍ୟୁଟ୍ରିସନ୍ ବର୍ଗରେ ମଧ୍ୟ ନୂତନ ଉତ୍ପାଦ ଆଣିବାର ଯୋଜନା ରହିଛି।