ଆୟକର ରିଟର୍ଣ୍ଣ ଦାଖଲ ଅବଧି ଅକ୍ଟୋବର ୧୫ ପର୍ଯ୍ୟନ୍ତ ଘୁଞ୍ଚିଲା

ନୂଆଦିଲ୍ଲୀ: ସରକାର ଆଜି ଏକ ନିର୍ଦ୍ଦିଷ୍ଟ ବର୍ଗର ଆୟକରଦାତାଙ୍କ ପାଇଁ ରିଟର୍ଣ୍ଣ ଦାଖଲ ଅବଧି ୧୫ ଦିନ ବୃଦ୍ଧି ଘୋଷଣା କରିଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଅଡିଟ୍‌ ରିପୋର୍ଟ ସହିତ ଆୟକର ରିଟର୍ଣ୍ଣ ଦାଖଲ କରୁଥିବା ବର୍ଗର ଟିକସଦାତାଙ୍କ ପାଇଁ ଏହି ଅବଧି ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଯେଉଁ ବ୍ୟକ୍ତିମାନଙ୍କର ଆୟବ୍ୟୟ ଅଡିଟ୍‌ ହେବାର ରହିଥାଏ ସେମାନଙ୍କ ପାଇଁ ଏହି ସୁବିଧା ପ୍ରଦାନ କରାଯାଇଛି। ବେତନଭୋଗୀ ଓ ବିନା ଅଡିଟ୍‌ରେ ଆୟକର ରିଟର୍ଣ୍ଣ ଦାଖଲ କରୁଥିବା ବର୍ଗର ବ୍ୟକ୍ତିଙ୍କ ପାଇଁ ଏହି ଅବଧି ଅଗଷ୍ଟ ୩୧ ତାରିଖରୁ ଶେଷ ହୋଇସାରିଛି। ସିବିଡିଟି ପ୍ରଥମେ ଏମାନଙ୍କ ପାଇଁ ଜୁଲାଇ ୩୧କୁ ରିଟର୍ଣ୍ଣ ଦାଖଲର ଶେଷ ତାରିଖ ଧାର୍ଯ୍ୟ କରିଥିବା ବେଳେ ପରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଏହି ଅବଧିକୁ ବୃଦ୍ଧି କରିଥିଲା।

ସମ୍ବନ୍ଧିତ ଖବର