ଇ-ପେମେଣ୍ଟ କମିଟି ଅଧ୍ୟକ୍ଷ ହେଲେ ନିଲେକାନୀ

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ପକ୍ଷରୁ ଡିଜିଟାଲ ପେମେଣ୍ଟ ସଂକ୍ରାନ୍ତରେ ଏକ କମିଟି ଗଠନ ହୋଇଛି। ଏହି କମିଟିର ମୁଖ୍ୟ ଭାବେ ଇନଫୋସିସ୍‌ର ସହ ପ୍ରତିଷ୍ଠାତା ତଥା ଭାରତରେ ଆଧାରର ଜନକ ଭାବେ ପରିଚିତ ନନ୍ଦନ ନିଲେକାନୀଙ୍କୁ ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି। ଦେଶରେ ଡିଜିଟାଲ କାରବାର ବୃଦ୍ଧି ପାଇଁ ଏହି କମିଟି ସୁପାରିସ କରିବ। ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ଣ୍ଣର ଏଚ ଆର ଖାନଙ୍କ ସମେତ ଅନ୍ୟମାନେ ସଦସ୍ୟ ଅଛନ୍ତି। ପ୍ରଥମ ବୈଠକ ହେବାର ୯୦ ଦିନ ମଧ୍ୟରେ କମିଟି ରିପୋର୍ଟ ଦେବ।

ସମ୍ବନ୍ଧିତ ଖବର