କମିଚାଲିଛି ତେଲ ଦର, ପେଟ୍ରୋଲ ୩ ମାସର ସର୍ବନିମ୍ନ ସ୍ତରରେ

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲଦର ହ୍ରାସ ଅବ୍ୟାହତ ରହିଛି । ଏହା ଫଳରେ ଆଜି ଭାରତରେ ପୁଣି କମିଛି ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ୧୯ ପଇସା ଓ ଡିଜେଲ ୧୭ ପଇସା କମିଛି । ଏହି ହ୍ରାସ ସହ ଭାରତରେ ପେଟ୍ରୋଲ ଦର ଗତ ୩ ମାସରେ ସର୍ବନିମ୍ନ ସ୍ତରକୁ ଛୁଇଁଛି । ସେହିପରି ଡିଜେଲ ଦର ଗତ ୨ ମାସରେ ସର୍ବନିମ୍ନ ସ୍ତରକୁ ଛୁଇଁଛି ।

ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ ମୂଲ୍ୟ ୬୬.୬୯ ଡଲାର ଓ ଇଣ୍ଡିଆନ ବାସ୍କେଟ ମୂଲ୍ୟ ୬୫.୬୦ ଡଲାରକୁ ହ୍ରାସ ପାଇଛି । ଆଜିର ଏହି ହ୍ରାସ ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଟ.୭୬.୫୨ ଓ ଡିଜେଲ ଦର ଲିଟର ପିଛା ଟ.୭୧.୩୯ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ଟ.୮୨.୦୪ ଓ ଡିଜେଲ ଦର ଟ.୭୪.୭୯ରେ ପହଞ୍ଚିଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଦରଠାରୁ ଡିଜେଲ ଦର ଏବେ ବି ଅଧିକ ରହିଛି । ଭୁବନେଶ୍ୱରରେ ପେଟ୍ରୋଲ ଟ.୭୫.୪୧ଓ ଡିଜେଲ ଟ. ୭୬.୬୦ ରେ ବିକ୍ରି ହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ ।

ସମ୍ବନ୍ଧିତ ଖବର