କୁଚିନା ଆଣିଲା ଇଣ୍ଟେଲିଜେଣ୍ଟ୍‌ ଚିମ୍‌ନି

ଭୁବନେଶ୍ବର: କିଚେନ୍ ଆପ୍ଲାଏନ୍‌ସେସ୍ ନିର୍ମାତା କୁଚିନା ପକ୍ଷରୁ ଓଡ଼ିଶା ବଜାରରେ ଅତ୍ୟାଧୁନିକ ଇଣ୍ଟେଲିଜେଣ୍ଟ ଅଟୋ କ୍ଲିନ୍ ଚିମ୍‌ନିର ବଜାର ପ୍ରବେଶ କରାଯାଇଛି। କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତିରେ କାର୍ଯ୍ୟ କରୁଥିବା ଏହି ନୂଆ ଚିମ୍‌ନିର ସଫା ଗ୍ରାହକଙ୍କୁ କରିବାକୁ ପଡ଼ିବ ନାହିଁ। ନୂଆ ପ୍ରଯୁକ୍ତି ଯୋଗୁ ଚିମ୍‌ନିର ସଫା ଆପେ ହୋଇଯିବ। ଗ୍ରାହକଙ୍କୁ ଚିମ୍‌ନି ସଫା ଜନିତ ଅସୁବିଧାକୁ ଦୂର କରିବାରେ ଏହା ସହାୟକ ହେବ ବୋଲି କୁଚିନାର ନିର୍ଦ୍ଦେଶକ ନମିତ୍ ବାଜୋରିଆ କହିଛନ୍ତି।

ଆଜି ହୋଟେଲ କ୍ରାଉନ୍ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ‌ବାଜୋରିଆ କହିଲେ ଏହି ନୂଆ ଚିମ୍‌ନି ୧୦ଟି ମଡେଲରେ ଉପଲବ୍ଧ ହେବ। ଏଗୁଡ଼ିକର ମୂଲ୍ୟ ୨୪ ହଜାର ଟଙ୍କାରୁ ୫୦ ହଜାର ଟଙ୍କା ମଧ୍ୟରେ ରହିଛି। ଓଡ଼ିଶାରେ କମ୍ପାନିର ଏବେ ୧୪୩ ଡିଲର ଥିବାବେଳେ ଆସନ୍ତା ମାର୍ଚ୍ଚ ସୁଦ୍ଧା ଏହାକୁ ୨୦୦ରେ ପହଞ୍ଚାଇବା ଲକ୍ଷ୍ୟ ରଖିଛି। ବିକ୍ରି ବୃଦ୍ଧି ପାଇଁ କମ୍ପାନି ଚଳିତ ଆର୍ଥିକ ବର୍ଷ ଓଡ଼ିଶାରେ ୪ରୁ ୫ଟି ଏକ୍ସକ୍ଲୁସିଭ କୁଚିନା ଗ୍ୟାଲେରି ଖୋଲିବ। ଏଥିରୁ ଦୀପାବଳି ସୁଦ୍ଧା ଗୋଟିଏ ବାପୁଜୀ ନଗରରେ ଏବଂ ଅନ୍ୟଟି କଟକ ଭୁବନେଶ୍ବର ମଧ୍ୟରେ ଖୋଲିବ। କମ୍ପାନି ଆଗାମୀ ଦିନରେ ବିଲ୍‌ଟ-ଇନ୍-ରେଫ୍ରିଜରେଟର ଏବଂ ୱାଇନ୍ ଚିଲର ବଜାରକୁ ଆଣିବ। ଉତ୍ତମ ମାନର କ୍ବାଲିଟି ବଜାୟ ରଖିବା ସହିତ ଉତ୍ତମ ସେବା ପ୍ରଦାନ ଯୋଗୁ କୁଚିନା ବଜାରରେ ସଫଳତା ହାସଲ କରିଛି ଏବଂ ଆଗାମୀ ଦିନରେ ମଧ୍ୟ କମ୍ପାନି କ୍ବାଲିଟି ଓ ସେବାରେ କୌଣସି ସାଲିସ କରିବ ନାହିଁ ବୋଲି ଶ୍ରୀ ବାଜୋରିଆ କହିଛନ୍ତି। ଏହି ଅବସରରେ କମ୍ପାନିର ଓଡ଼ିଶା ଡିଷ୍ଟ୍ରିବ୍ୟୁଟର ସଂଜୟ ଚୌଧୁରୀ ଉପସ୍ଥିତ ରହି ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ।

ସମ୍ବନ୍ଧିତ ଖବର