ଖାତାକୁ ଅଚାନକ ଆସିଲା ୧୦ କୋଟି, କିନ୍ତୁ ଉଠାଇ ପାରିଲେନି

ନୂଆଦିଲ୍ଲୀ: ବ୍ୟାଙ୍କ ଖାତାରେ ୧୦ କୋଟି ଟଙ୍କା ଜମା ହୋଇଥିବା ଏକ ମେସେଜ୍‌ ଦିଲ୍ଲୀର ଜଣେ ଲୋକଙ୍କ ପାଖକୁ ଆସିଲା। ଅଚାନକ ଏଭଳି ମେସେଜ୍‌ ପାଇଁ ସେ ଖୁସି ହୋଇଗଲେ। ଟଙ୍କା ଉଠାଇବାକୁ ଏଟିଏମ୍‌ ପର୍ଯ୍ୟନ୍ତ ଧାଇଁଗଲେ। ମାତ୍ର ସେତେବେଳକୁ କାର୍ଡ ବ୍ଲକ୍‌ ହୋଇସାରିଥିଲା। ଦିଲ୍ଲୀରେ ମୋବାଇଲ୍‌ ଦୋକାନ କରିଥିବା ବିନୋଦ କୁମାର ନାମକ ଜଣେ ଯୁବ ବ୍ୟବସାୟୀଙ୍କ ନିକଟକୁ ଏହି ମେସେଜ୍‌ ଆସିଥିଲା। ତାଙ୍କ ଖାତାରେ ୯ କୋଟି ୯୯ ଲକ୍ଷ ୯୯ ହଜାର ୯୯୯ ଟଙ୍କା ଜମା ହୋଇଥିବା ମେସେଜ୍‌ରେ ଉଲ୍ଲେଖ ଥିଲା। ତାହାକୁ ଦେଖି ଯୁବ ବ୍ୟବସାୟୀ ଓ ତାଙ୍କ ପରିବାର ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପ୍ରଥମେ ଏହାକୁ ସେମାନେ ଗୁରୁତ୍ୱ ଦେଇନଥିଲେ। କିଛି ସମୟ ପରେ ସେ ନିଜର ସାଙ୍ଗମାନଙ୍କୁ ଏକଥା କହିଥିଲେ। ସମସ୍ତେ ଏଟିଏମ୍‌ ଯିବାକୁ ପରାମର୍ଶ ଦେଇଥିଲେ। ଅନେକ ଏଟିଏମ୍‌ରେ ପହଞ୍ଚି ଯେତେ ପ୍ରୟାସ କଲେ ମଧ୍ୟ ସେ ଟଙ୍କା ଉଠାଇ ପାରିନଥିଲେ। ତାଙ୍କ କାର୍ଡକୁ ବ୍ଲକ୍‌ କରିଦିଆଯାଇଥିଲା।

ସମ୍ବନ୍ଧିତ ଖବର