ଟଙ୍କା ପାଇଁ ସରକାରଙ୍କ ହସ୍ତକ୍ଷେପ ଲୋଡ଼ା: ପ୍ରଫେସର ପ୍ରଭାତ ପଟ୍ଟନାୟକ

ନୂଆଦିଲ୍ଲୀ, : ଦେଶରେ ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ଏବେ ଯେଉଁ ହ୍ରାସ ଘଟୁଛି ତାହାକୁ ରୋକିବା ଏବଂ ତଦ୍‌ଜନିତ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ଲାଗି ସରକାରଙ୍କ ହସ୍ତକ୍ଷେପ ଜରୁରି ବୋଲି ମତ ଦେଇଛନ୍ତି ଜବାହରଲାଲ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ତଥା ଖ୍ୟାତନାମା ଅର୍ଥନୀତିଜ୍ଞ ପ୍ରଫେସର ପ୍ରଭାତ ପଟ୍ଟନାୟକ। ଏକ ଇଂରାଜୀ ଖବରକାଗଜରେ ଲେଖିଥିବା ନିବନ୍ଧରେ ପ୍ରଫେସର ପଟ୍ଟନାୟକ ଟଙ୍କା ମୂଲ୍ୟ ହ୍ରାସ ପାଇଁ ଦୁଇଟି ବିଷୟକୁ ଦାୟୀ କରିଛନ୍ତି। ସେଥିରୁ ଗୋଟିଏ ହେଲା ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଏହାର ସୁଧ ହାର ବୃଦ୍ଧି କରିବାରେ ଲାଗିଛି। ଦ୍ୱିତୀୟ ବିଷୟଟି ହେଲା ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ୍‌ଙ୍କ ସୁରକ୍ଷାବାଦୀ ନୀତି। ଏହି ଦୁଇଟି କାରଣ ଯୋଗୁ ପୂର୍ବରୁ ବିଦେଶକୁ ଆସିଥିବା ପୁଞ୍ଜି  ଏବେ ଆମେରିକାକୁ ଫେରିବାରେ ଲାଗିଛି। ନିବେଶକମାନେ ଆମେରିକାକୁ ଅଧିକ ସୁରକ୍ଷିତ ମଣୁଥିବାରୁ ଟଙ୍କା ସହିତ ଅନ୍ୟାନ୍ୟ ମୁଦ୍ରା ତୁଳନାରେ ଡଲାରର ବିନିମୟ ମୂଲ୍ୟ ସୁଦୃଢ଼ ହେଉଛି ବୋଲି ସେ କହିଛନ୍ତି। ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ଘଟିବା ତାଙ୍କୁ ଯେତିକି ଆଶ୍ଚର୍ଯ୍ୟ କରୁନାହିଁ ତାହାଠାରୁ ଅଧିକ ଆଶ୍ଚର୍ଯ୍ୟ କରୁଛି ଟଙ୍କା ମୂଲ୍ୟରେ ସୁଧାର ଆଣିବା ଲାଗି ସରକାର ସେଭଳି କୌଣସି ପଦକ୍ଷେପ ନନେବା।

ସମ୍ବନ୍ଧିତ ଖବର