ଟିଭିଏସ୍‌ର ନୂଆ ବାଇକ୍‌ ‘ରେଡିଅନ୍‌’

ନୂଆଦିଲ୍ଲୀ: ଟିଭିଏସ୍‌ ମୋଟର କମ୍ପାନି ଲିମିଟେଡ ପକ୍ଷରୁ ଆଜି କମ୍ୟୁଟର ମୋଟର ସାଇକଲ ବର୍ଗରେ ରେଡିଅନ୍‌ ନାମରେ ଏକ ନୂଆ ମୋଟର ସାଇକଲ୍‌ର ଉନ୍ମୋଚନ କରିଛି। ୧୧୦ ସିସିର ଡ୍ୟୁରା ଲାଇଫ୍‌ ଇଞ୍ଜିନ ଲାଗିଥିବା ଏହି ବାଇକ୍‌ର ମାଇଲେଜ୍‌ ୬୯.୩ କିମି ରହିଛି ବୋଲି କମ୍ପାନି ପକ୍ଷରୁ ସୂଚନା ଦିଆଯାଇଛି। ଦିଲ୍ଲୀରେ ଏହି ମୋଟର ସାଇକଲ୍‌ର ଏକ୍ସ ସୋରୁମ ମୂଲ୍ୟ ୪୮,୪୦୦ ଟଙ୍କାରୁ ଆରମ୍ଭ ହୋଇଛି। ଏହି ଗାଡ଼ିରେ ୧୦ ଲିଟର କ୍ଷମତା ବିଶିଷ୍ଟ ପେଟ୍ରୋଲ ଟାଙ୍କି ରହିଛି। ରେଡିଅନ୍‌ରେ କ୍ରୋମ୍‌ ବେଜେଲ ହେଡଲ୍ୟାମ୍ପ ରହିଛି ଯେଉଁଥିରେ ଦିନବେଳା ଆଲୁଅ ଜଳିବା ରହିିବା ସୁବିଧା ରହିଛି। ଏତଦ୍‌ବ୍ୟତୀତ ଟ୍ଵିନ୍‌-ପଟ୍‌ ଇନ୍‌ଷ୍ଟମେଣ୍ଟ କ୍ଲଷ୍ଟର, ସାଇଡ୍‌ ଷ୍ଟାଣ୍ଡ୍‌ ଇଣ୍ଡିକେଟର ଏବଂ ୟୁଏସ୍‌ବି ଚାର୍ଜିଂ ସୁବିଧା ରହିଛି। ଆଗ ଓ ପଛରେ ଡ୍ରମ ବ୍ରେକ୍‌, ପଛରେ ହାଇଡ୍ରୋଲିକ୍‌ ସକ୍‌ ଆବ୍‌ଜରବର, ସିଙ୍କ୍ରୋନାଇଜଡ୍‌ ବ୍ରେକିଂ ପ୍ରଯୁକ୍ତି, ୧୮୦ ମିମିର ଗ୍ରାଉଣ୍ଡ କ୍ଲିୟରାନ୍ସ ରହିଛି। ଏହି ଗାଡ଼ିଟି ଷ୍ଟାଇଲ୍‌, ସ୍ଥାୟିତ୍ୱ ଏବଂ ପ୍ରଦର୍ଶନ ଦୃଷ୍ଟିରୁ ଉନ୍ନତମାନର ହୋଇଥିବାରୁ ଗ୍ରାହକମାନେ ଏହାକୁ ପସନ୍ଦ କରିବେ ବୋଲି ଟିଭିଏସ ମୋଟରର ଯୁଗ୍ମ ଏମ୍‌ଡି ସୁଦର୍ଶନ ଭେନୁ ଏହି ଅବସରରେ କହିଛନ୍ତି। ୪ଟି ରଙ୍ଗରେ ଏହି ଗାଡ଼ି ବଜାରକୁ ଆସିବ। ସେପ୍ଟେମ୍ବରରୁ ଏହି ଗାଡ଼ି ପ୍ରଥମେ ଚେନ୍ନାଇ ଏବଂ ପରେ ଦେଶର ଅନ୍ୟସ୍ଥାନରେ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର