ନାଲ୍‌କୋ ପରିଚାଳନା ଲାଭରେ ୮୦% ବୃଦ୍ଧି

ଭୁବନେଶ୍ବର: ନାଲ୍‌କୋ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ତୃତୀୟ ‌ତ୍ରୟମାସ ବ୍ୟାବସାୟିକ ଫଳାଫଳ ଘୋଷଣା କରାଯାଇଛି। କଂପାନିର ପରିଚାଳନା ଲାଭ ଏହି ସମୟରେ ୮୦% ବୃଦ୍ଧି ପାଇ ୫୮୯ କୋଟି ଟଙ୍କା ହୋଇଛି। ଏହି ତିନି ମାସରେ କଂପାନିର ନିଟ୍‌ ଲାଭ ୩୦୨ କୋଟି ଟଙ୍କା ହୋଇଛି। ୨୦୧୮ ଏପ୍ରିଲ୍‌ରୁ ଡିସେମ୍ବର ମଧ୍ୟରେ କଂପାନିର୍‌ ନିଟ୍ ଲାଭ ପରିମାଣ ୧୪୯୯ କୋଟି ଟଙ୍କା ହୋଇଛି। ପୂର୍ବବର୍ଷ ସେହି ୯ ମାସରେ କଂପାନିର ଲାଭ ପରିମାଣ ୧୦୮୫ କୋଟି ଟଙ୍କା ଥିଲା। ଚଳିତ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ବିକ୍ରିରୁ ଆୟ ୩୨% ବୃଦ୍ଧି ପାଇ ୮୬୪୪ କୋଟି ଟଙ୍କା ହୋଇଛି। ଉତ୍ପାଦନରେ ମଧ୍ୟ ନାଲ୍‌କୋ ରେକର୍ଡ କରିଛି। କଂପାନିର ବକ୍ସାଇଟ୍ ଉତ୍ପାଦନ ପରିମାଣ ୫୫.୩୯ ଲକ୍ଷ ଟନ୍‌ ହୋଇଥିବା ବେଳେ ଆଲୁମିନା ହାଇଡ୍ରେଟ୍ ଉତ୍ପାଦନ ପରିମାଣ ୧୫.୯୨ ଲକ୍ଷ ଟନ୍‌ ରହିଛି। କଂପାନି ୩.୨୯ ଲକ୍ଷ ଟନ୍ ଧାତୁ ଉତ୍ପାଦନ କରିଥିବା ବେଳେ ୪୫୮୦ ନିୟୁତ ୟୁନିଟ୍ ବିଦ୍ୟୁତ ଉତ୍ପାଦନ କରିଛି।

ସମ୍ବନ୍ଧିତ ଖବର