ନୂଆ ଷ୍ଟାର୍ଟଅପ୍ ‘ବେଡିଂବିସ୍ତର ଡଟ୍‌ କମ୍’

ଭୁବନେଶ୍ବର,: ଦୂରଦୂରାନ୍ତରୁ ଆସି ସହରରେ ରହି ପାଠପଢ଼ିବାକୁ ଚାହୁଥିବା ଛାତ୍ରଛାତ୍ରୀମାନଙ୍କୁ ରହିବା ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ଲକ୍ଷ୍ୟ ନେଇ କଳିଙ୍ଗ କଲେଜ ଅଫ୍ କମର୍ସର ଚାରି ଜଣ ଛାତ୍ର ବେଡିଂ ବିସ୍ତର ଡଟ୍ କମ୍ ନାମକ ଏକ ଷ୍ଟାର୍ଟଅପ୍ ସଂସ୍ଥା ପ୍ରତିଷ୍ଠା କରିଛନ୍ତି। କଲେଜର ଚଉଦତମ ବାର୍ଷିକ ଉତ୍ସବରେ ଏହାକୁ ଉନ୍ମୋଚନ କରାଯାଇଛି। କଲେଜର ମୁଖ୍ୟ ବିଶ୍ବାସ ଅଧିକାରୀ ଶ୍ୟାମ ସୁନ୍ଦର ଅଗ୍ରୱାଲ୍‌ଙ୍କ ନେତୃତ୍ବରେ ଛାତ୍ରଛାତ୍ରୀମାନେ ଏହି ସଂସ୍ଥା ସ୍ଥାପନ କରିଛନ୍ତି। ଏହି ସଂସ୍ଥା ଛାତ୍ରଛାତ୍ରୀମାନଙ୍କୁ ହଷ୍ଟେଲ୍‌ରେ ବ୍ୟବହାର ହେଉଥିବା ସବୁ ପ୍ରକାର ସାମଗ୍ରୀ ଯୋଗାଇ ଦେବ। ସାମଗ୍ରୀର ଦର ତାଲିକା ଆଗୁଆ ପ୍ରଦାନ କରାଯିବ। ଛାତ୍ରଛାତ୍ରୀମାନେ ସାମଗ୍ରୀଗୁଡ଼ିକୁ ପ୍ୟାକେଜ୍ ଭାବେ କିମ୍ବା ଅଲଗା ଅଲଗା କିଣିପାରିବେ। ଛାତ୍ରଛାତ୍ରୀମାନେ ଘରେ ବସି ଆପ୍ ଜରିଆରେ ଏହି ସବୁ ସାମଗ୍ରୀ କିଣିପାରିବେ। ଏହି ଅବସରରେ ଉପାସନା ଏଜୁକେସନ ଟ୍ରଷ୍ଟର ଚେୟାରମ୍ୟାନ୍ ଦିପ୍ତୀରଞଜନ ମିଶ୍ର, ମୁଖ୍ୟ ଅତିଥି ଅଧ୍ୟାପକ ବିଶ୍ବରଞ୍ଜନ, ପ୍ରଶାସନିକ ଅଧିକାରୀ ଗୁରୁପ୍ରସାଦ ଦାସ ଓ ଜୟଶ୍ରୀ ମିଶ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର