ନୂଆଦିଲ୍ଲୀ: ଦେଶରେ ଗୋଟିଏ ପରେ ଗୋଟିଏ ଏୟାରଲାଇନ୍ସର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ବିଜୟ ମାଲ୍ୟାଙ୍କ କିଙ୍ଗଫିସର ଏବଂ ନିକଟରେ ନରେଶ ଗୋଏଲଙ୍କ ଦ୍ବାରା ପ୍ରତିଷ୍ଠିତ ଜେଟ୍ ଏୟାରୱେଜ୍ ବନ୍ଦ ହୋଇ ପଡ଼ିଛି। ଏହି ସମୟରେ ଦେଶର ସର୍ବବୃହତ୍ ବିମାନସେବା ପ୍ରଦାନକାରୀ କମ୍ପାନି ଇଣ୍ଡିଗୋର ଦୁଇ ସହ ପ୍ରତିଷ୍ଠାତାଙ୍କ ମଧ୍ୟରେ ଥିବା ମତପାର୍ଥକ୍ୟ ଏବଂ କଳି ପଦାରେ ପଡ଼ିଛି। ଦୁଇ ସହ ପ୍ରତିଷ୍ଠାତା ହେଲେ ରାହୁଲ ଭାଟିଆ ଏବଂ ରାକେଶ ଗଙ୍ଗୱାଲ। ଭାଟିଆଙ୍କ ଦ୍ବାରା କମ୍ପାନିର ପ୍ରଶାସନିକ ବ୍ୟବସ୍ଥାରେ ଗୁରୁତର ତ୍ରୁଟି କରାଯାଇଛି ବୋଲି ଗଙ୍ଗୱାଲ ଅଭିଯୋଗ କରିଛନ୍ତି। ଯଦିଓ ଦୁଇ ପ୍ରତିଷ୍ଠାତାଙ୍କ ମଧ୍ୟରେ ମତପାର୍ଥକ୍ୟ ଗତ ପ୍ରାୟ ବର୍ଷକ ତଳୁ ଆରମ୍ଭ ହେଲାଣି ତଥାପି ଏହା ପ୍ରଥମ ଥର ପାଇଁ ଗୁରୁତର ରୂପ ଧାରଣ କରିଛି। ଏପିରିକି କମ୍ପାନିରେ ପ୍ରଶାସନିକ ବ୍ୟବସ୍ଥାରେ ହୋଇଥିବା ତ୍ରୁଟିବିଚ୍ୟୁତିକୁ ସୁଧାରିବା ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ହସ୍ତକ୍ଷେପ ଲୋଡ଼ିଛି। ଇଣ୍ଡିଗୋର ମୂଳ କମ୍ପାନି ଇଣ୍ଟରଗ୍ଲୋବ ଏଭିଏସନ ପକ୍ଷରୁ ଏହି ମର୍ମରେ ଷ୍ଟକ ଏକ୍ସଚେଞ୍ଜକୁ
Sambad is now on WhatsApp
Join and get latest news updates delivered to you via WhatsApp
କର୍ମଚାରୀଙ୍କୁ ଚିଠି ଲେଖିଲେ ସିଇଓ
ନୂଆଦିଲ୍ଲୀ: ଦୁଇ ପ୍ରତିଷ୍ଠାତାଙ୍କ ମଧ୍ୟରେ ମତପାର୍ଥକ୍ୟ ପଦାରେ ପଡ଼ିଥିବାବେଳେ ଏହି ସମୟରେ ଇଣ୍ଡିଗୋର ସିଇଓ କର୍ମଚାରୀଙ୍କୁ ଚିଠି ଲେଖିଛନ୍ତି। ପ୍ରତିଷ୍ଠାତାଙ୍କ ମଧ୍ୟରେ ଦେଖାଦେଇଥିବା ସମସ୍ୟା କମ୍ପାନି କିମ୍ବା କମ୍ପାନିର କାର୍ଯ୍ୟ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସିଇଓ କର୍ମଚାରୀମାନଙ୍କୁ ଲେଖିଛନ୍ତି। ପ୍ରତିଷ୍ଠାତାଙ୍କ ମଧ୍ୟରେ ଯେଉଁ ବିବାଦ ଦେଖାଦେଇଛି ଆଗାମୀ ଦିନରେ ତାହାର ସମାଧାନ ହୋଇଯିବ ବୋଲି ସିଇଓ ରଣଜୟ ଦତ୍ତ କହିଛନ୍ତି। ଏୟାରଲାଇନର ମିସନ, ଦିଶା ଏବଂ ଅଭିବୃଦ୍ଧି ରଣନୀତି ଅପରିବର୍ତ୍ତିତ ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।ସୂଚନା ପ୍ରଦାନ କରାଯାଇଛି। କମ୍ପାନିର ନିର୍ଦ୍ଦେଶକମାନଙ୍କୁ ମଧ୍ୟ ଗଙ୍ଗୱାଲଙ୍କ ଚିଠି ଦେଇଥିବା କହିଛନ୍ତି। ଏଥିସହିତ ଗଙ୍ଗୱାଲ ସେବିକୁ ମଧ୍ୟ ପୃଥକ୍ ଚିଠି ଲେଖିଛନ୍ତି। ଏପରିକି ଏହି ଚିଠି ଉପରେ କମ୍ପାନିଠାରୁ ସେବି ଉତ୍ତର ମାଗିଛି। ଗତ ମେ’ ମାସରେ ପ୍ରତିଷ୍ଠାତାଙ୍କ ମଧ୍ୟରେ ଥିବା ମତପାର୍ଥକ୍ୟ ସମ୍ପର୍କରେ ରିପୋର୍ଟ ମିଳିବା ପରେ ସେବି ଏହି ଘଟଣାର ତଦନ୍ତ କରୁଛି। କମ୍ପାନି ଏହାର ମୂଳ ନୀତିରୁ ବିଚ୍ୟୁତ ହେବା ଆରମ୍ଭ ହୋଇଛି ବୋଲି ଗଙ୍ଗୱାଲ କହିଛନ୍ତି। ଏପରିକି ପାନ ଦୋକାନ ମଧ୍ୟ କମ୍ପାନିଠାରୁ ଭଲଭାବେ ପରିଚାଳିତ ହୋଇଥାନ୍ତା ବୋଲି ସେ କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଜୁନ ୧୨ ତାରିଖରେ କମ୍ପାନିର ବୋର୍ଡକୁ ଗଙ୍ଗୱାଲ ଏକ ଚିଠି ଲେଖିଥିଲେ। ଏଥିରେ ସେ ବୋର୍ଡର ଏକ ସ୍ବତନ୍ତ୍ର ବୈଠକ କରିବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ଗଙ୍ଗୱାଲଙ୍କ ଏହି ପ୍ରସ୍ତାବକୁ ଭାଟିଆ ବିରୋଧ କରିଥିଲେ। ବୋର୍ଡକୁ ଭାଟିଆ ଜଣାଇଥିଲେ ଯେ, ଗଙ୍ଗୱାଲଙ୍କ ଅଯୌକ୍ତିକ ଦାବିକୁ ଆଇଜିଇ ଗ୍ରୁପ୍ ଗ୍ରହଣ କରିବାକୁ ମନା କରିବା ଫଳରେ ତାଙ୍କର ଅଂହକୁ ଆଘାତ ଲାଗିଛି। ସେଥିପାଇଁ ଗଙ୍ଗୱାଲ ଏଭଳି ଅଭିଯୋଗ ଆଣିଛନ୍ତି । ଏପରିକି ଗଙ୍ଗୱାଲଙ୍କର ଏକ ଗୋପନ ଏଜେଣ୍ଡା ରହିଛି ବୋଲି ଭାଟିଆ ଜୁନ ୧୨ରେ ଲେଖିଥିବା ଚିଠିରେ ଉଲ୍ଲେଖ କରିଥିଲେ। କିନ୍ତୁ ଗଙ୍ଗୱାଲ ଲେଖିଥିବା ଚିଠିର ନକଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ ବାଣିଜ୍ୟମନ୍ତ୍ରୀ ପୀୟୂଷ ଗୋଏଲ ପ୍ରମୁଖକୁ ଦେଇଥିବା କହିଛନ୍ତି। ଚିଠିରେ ଗଙ୍ଗୱାଲ କେବଳ ଇଣ୍ଡିଗୋ ଅନ୍ୟ ସଂସ୍ଥା ଗୁଡ଼ିକ ସହିତ କରିଥିବା ବ୍ୟାବସାୟିକ କାରବାର ନୁହେଁ, ବିଭିନ୍ନ ଗଭର୍ଣ୍ଣାନ୍ସ ବା ପ୍ରଶାସନିକ ନୀତିନିୟମ ପାଳନର ଅନିୟମିତତା ବିଷୟରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଏବେଠାରୁ ଉପଯୁକ୍ତ ପଦକ୍ଷେପ ନିଆ ନଗଲେ ଆଗାମୀ ଦିନରେ କମ୍ପାନିର ସ୍ଥିତି ଖରାପ ହୋଇପାରେ ବୋଲି ଗଙ୍ଗୱାଲ ସତର୍କ କରାଇ ଦେଇଛନ୍ତି। ତେବେ ଗଙ୍ଗୱାଲଙ୍କ ଅଭିଯୋଗକୁ ଭାଟିଆ ଖଣ୍ଡନ କରିଛନ୍ତି।
ଇଣ୍ଡିଗୋର ବଜାରଅଂଶ ଚଳିତବର୍ଷ ମେ ଶେଷ ସୁଦ୍ଧା ୪୯ ପ୍ରତିଶତ ରହିଛି। ଏହା ନିକଟରେ ୨୦୦ରୁ ଅଧିକ ବିମାନ ଥିବାବେଳେ ଦୈନିକ ପ୍ରାୟ ୧୪୦୦ ବିମାନ ଉଡ଼ାଣ ଇଣ୍ଡିଗୋ କରୁଛି। ସେବିର ପୂର୍ବତନ ଅଧ୍ୟକ୍ଷ ଏମ. ଦାମୋଦରନ କମ୍ପାନିର ମୁଖ୍ୟ ଥିବାବେଳେ ଗଙ୍ଗୱାଲ, ଭାଟିଆ ଏବଂ ଭାଟିଆଙ୍କ ପତ୍ନୀ ରାହିଣୀ ଭାଟିଆ, ବିଶ୍ବବ୍ୟାଙ୍କର ପୂର୍ବତନ ଅଧିକାରୀ ଅନୁପମ ଖାନ୍ନା ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଅନିଲ ପରାସର ବୋର୍ଡ ସଦସ୍ୟ ରହିଛନ୍ତି। ୨୦୦୪ ମସିହାରେ ଭାଟିଆ ଏବଂ ଗଙ୍ଗୱାଲଙ୍କ ଦ୍ବାରା ୩୫୦ କୋଟି ଟଙ୍କାର ପାଣ୍ଠିରେ ଇଣ୍ଡିଗୋ ଆରମ୍ଭ ହୋଇଥିଲା।