ପୁଣି ତେଲଦର ବୃଦ୍ଧି : ପେଟ୍ରୋଲ ୧୮ ପଇସା ଓ ଡିଜେଲ ୨୧ ପଇସା ବଢିଲା

ନୂଆଦିଲ୍ଲୀ : ଶନିବାରଦିନ ପୁଣି ତେଲଦର ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ବଜାରରେ ତେଲଦର ବଢିଥିବାର ଏହି ଦରବୃଦ୍ଧି ହୋଇଛି । ଆଜି ପେଟ୍ରୋଲ ଲିଟର ପିଛା ୧୭-୧୮ ପଇସା ଓ ଡିଜେଲ ଲିଟର ପିଛା ୧୯-୨୧ ପଇସା ବୃଦ୍ଧି ପାଇଛି । ଆଜିର ଏହି ବୃଦ୍ଧି ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ଟ.୭୦.୭୨ ଓ ଡିଜେଲ ଦର ଲିଟର ପିଛା ଟ.୬୫.୧୬ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି । ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଟ.୬୯.୭୨ ଓ ଡିଜେଲ ଟ. ୬୯.୮୬ ରେ ବିକ୍ରି ହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ । ଓଡ଼ିଶାର ମାଲକାନଗିରିରେ ପେଟ୍ରୋଲ ଟ.୭୩.୭୫ ଓ ଡିଜେଲ ଟ.୭୩.୮୮ରେ ବିକ୍ରି ହେଉଛି ।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ବୃଦ୍ଧି ପାଇବା କାରଣରୁ ତେଲଦର ପୁଣି ବୃଦ୍ଧି ପାଇବା ଆରମ୍ଭ କରିଛି । ବ୍ରେଣ୍ଟ କ୍ରୁଡ ମୂଲ୍ୟ ୬୧.୮୧ ଡଲାର ଓ ଇଣ୍ଡିଆନ ବାସ୍କେଟ ମୂଲ୍ୟ ୫୬.୫୧ ଡଲାରକୁ ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର