ଫିଟ୍‌ଜି ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ୱର,: ଏନ୍‌ସିଇଆର୍‌ଟି ଦ୍ୱାରା ପରିଚାଳିତ ଏନ୍‌ଟିଏସ୍‌ଇ ୨୦୧୮ର ଦ୍ୱିତୀୟ ପଯ୍ୟର୍ାୟ ପରୀକ୍ଷାରେ ଫିଟ୍‌ଜି କଟକ ଓ ଭୁବନେଶ୍ୱର ସେଣ୍ଟର ପକ୍ଷରୁ ମୋଟ ୩୯ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସମ୍ପୂର୍ଣ୍ଣ ଦେଶରୁ ସାଧାରଣ ବିଭାଗର ୭୫୬ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମୋଟ ୪୦୦ଜଣ ଫିଟ୍‌ଜି ଛାତ୍ରଛାତ୍ରୀ ଏନ୍‌ଟିଏସ୍‌ଇ ଦ୍ୱିତୀୟ ପର୍ଯାୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଓଡ଼ିଶାରେ ସାଧାରଣ ବିଭାଗରୁ ଫିଟ୍‌ଜି ୯୦.୭୦ ପ୍ରତିଶତରୁ ଅଧିକ ସଫଳତା ହାସଲ କରିଛି। ଫିଟ୍‌ଜି ଭୁବନେଶ୍ୱରର ସେଣ୍ଟର ଛାତ୍ର ଅଙ୍କିତ୍‌ ଦେ ମୋଟ ୧୯୭ ରୁ ୧୭୦ ଅଙ୍କ ହାସଲ କରିଛନ୍ତି। ଏହି ଅବସରରେ ଫିଟ୍‌ଜି ଭୁବନେଶ୍ୱର ସେଣ୍ଟରର ମୁଖ୍ୟ ରାଣାଜୟ ବର୍ଦ୍ଧନ ଓ ଓଡିଶା ଅପରେସନ୍‌ର ମେଣ୍ଟର ପି.କେ.ଦାସ କହିଛନ୍ତି,‘ଫିଟ୍‌ଜି ଛାତ୍ରଛାତ୍ରୀ ଏଭଳି ଏକ ବୃହତ ମଞ୍ଚରେ ସଫଳତା ହାସଲ କରିଥିବାରୁ ଏହା ଆମ ପାଇଁ ଏକ ଗୌରବର ମୁହୂର୍ତ୍ତ।

ସମ୍ବନ୍ଧିତ ଖବର