ବିଏସ୍‌ଏନ୍‌ଏଲ୍‌ କର୍ମଚାରୀ ସଂଘ ଧର୍ମଘଟ ସ୍ଥଗିତ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଦୂରସଂଚାର କଂପାନି ବିଏସ୍‌ଏନ୍‌ଏଲ୍‌ର ପ୍ରସ୍ତାବିତ ଧର୍ମଘଟକୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। କର୍ମଚାରୀ ସଂଘର ପ୍ରତିନିଧିମାନେ ଆଜି ‌ଦୂରସଂଚାର ସଚିବ ଅରୁଣା ସୁନ୍ଦରରାଜନଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। କେତେକ ବିଷୟକୁ ନେଇ ସେମାନେ ଖୁସି ଥିବା ଜଣାପଡ଼ିଛି। ଏହା ପରେ ସେମାନେ ଦୂରସଂଚାର ମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ଯଦି ସେଠାରେ କିଛି ସମାଧାନର ପନ୍ଥା ନବାହାରିବ ତେବେ ସଂଘ ପକ୍ଷରୁ ପୁଣି ଧର୍ମଘଟ କରାଯିବ। ସଂଘର ପ୍ରସ୍ତାବିତ ଧର୍ମଘଟ ୩ରେ ହେବାର ଥଲା।

ସମ୍ବନ୍ଧିତ ଖବର