ବିଦ୍ୟା ବାଲାନ୍‌ ‘ଟିଟିକେ ପ୍ରେଷ୍ଟିଜ୍‌’ର ବ୍ରାଣ୍ଡ୍‌ ଆମ୍ବାସାଡର

କୋଲକାତା: ଟିଟିକେ ପ୍ରେଷ୍ଟିଜ୍‌ର ନୂଆ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ବିଦ୍ୟା ବାଲାନ୍‌ଙ୍କୁ ନିଯୁକ୍ତ କରାଯାଇଛି। ପ୍ରେଷ୍ଟିଜ୍‌ ବ୍ରାଣ୍ଡ୍‌ର ସବୁ ପ୍ରକାର ପ୍ରଚାର ଅଭିଯାନରେ ତାଙ୍କୁ ଦେଖିବାକୁ ମିଳିବ। ଟିଭି, ଛାପା ଗଣମାଧ୍ୟମ ଓ ଡିଜିଟାଲ୍‌ ପ୍ଲାଟଫର୍ମ ପାଇଁ ପ୍ରସ୍ତୁତ ବିଜ୍ଞାପନରେ ପ୍ରେଷ୍ଟିଜ୍‌ ସହିତ ବିଦ୍ୟାଙ୍କୁ ଦେଖିବାକୁ ମିଳିବ। ବିଦ୍ୟାଙ୍କ ସହିତ ଏହି ସମ୍ପର୍କରୁ ଏକ ବଡ଼ ଯାତ୍ରା ଆରମ୍ଭ ହେଉଛି ବୋଲି କଂପାନିର ଅଧ୍ୟକ୍ଷ ଟିଟି ଜଗନ୍ନାଥନ କହିଛନ୍ତି। କଂପାନିର ପରିଚାଳନା ନିର୍ଦେଶକ ଚନ୍ଦ୍ରୁ କାଲ୍‌ରୋ ମଧ୍ୟ ବିଦ୍ୟାଙ୍କ ନିଯୁକ୍ତିକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ପ୍ରେଷ୍ଟିଜ୍‌ ଭଳି ବ୍ରାଣ୍ଡ୍‌ ସହିତ ସାମିଲ ହୋଇ ବିଦ୍ୟା ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର