ଭାରତକୁ ଆସିଲା ସାମସଙ୍ଗର ‘ଏଲ୍‌ଇଡି ଫର୍‌ ହୋମ୍‌‘, ମୂଲ୍ୟ ୧ କୋଟିରୁ ଆରମ୍ଭ

ଭୁବନେଶ୍ୱର: ସାମସଙ୍ଗ୍‌ ପକ୍ଷରୁ ଭାରତରେ ବିଶ୍ୱର ପ୍ରଥମ ଏଲ୍‌ଇଡି ଫର୍‌ ହୋମ୍‌କୁ ଉନ୍ମୋଚନ କରାଯାଇଛି। ଆକ୍ଟିଭ୍‌ ଏଲ୍‌ଇଡି ନାମକ ଏହି ଉତ୍ପାଦକୁ ସ୍ୱତନ୍ତ୍ର ଭାବେ ଘରୋଇ ବ୍ୟବହାର ପାଇଁ ପ୍ରସ୍ତୁତ କରାଯାଇଛି। ଏହା ଗ୍ରାହକଙ୍କ ନୂଆ, ସମ୍ଭ୍ରାନ୍ତ ଓ ଆକର୍ଷଣୀୟ ଭିଜୁଆଲ୍‌ ଅନୁଭୂତି ପ୍ରଦାନ କରିବ। ଧନୀକ ବ୍ୟଚ୍ଛି, କର୍ମଜୀବୀ ବୃତିଧାରୀ, ସମ୍ଭ୍ରାନ୍ତ ଓ ଅଭିଳାଷୀ ନୂତନ ପିଢ଼ିଙ୍କୁ ଦୃଷ୍ଟିରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି ଯେଉଁମାନେ ସିନେମା ଅନୁଭୂତି ନେବାକୁ ଭଲ ପାଆନ୍ତି ଓ ଉତ୍କୃଷ୍ଟ ଅଡିଓ-ଭିଜୁଆଲ୍‌ ସହିତ ସୁପରିୟର ପ୍ରିମିୟମ୍‌ ସ୍କ୍ରିନ୍‌ରେ ସିନେମା ଦେଖିବାକୁ ଚାହାନ୍ତି । ସାମସଙ୍ଗ୍‌ର ଏଲ୍‌ଇଡି ଫର୍‌ ହୋମ୍‌ ଯେକୌଣସି ଘରକୁ ସୁହାଇବା କାରଣ ଏହାର ମଡ୍ୟୁଲାର୍‌ କନ୍‌ଫିଗୁରେସନ୍‌ ଓ ଡିଭାଇସ୍‌ ଆଗ୍ନୋଷ୍ଟିକ୍‌ ବୈଶିଷ୍ଟ୍ୟ ରହିଛି। ଏହା ସ୍ଲିମ୍‌ ଓ ସ୍ଲିକ୍‌ ଓ ଏହାର ସ୍କ୍ରିନ୍‌କୁ ଗ୍ରାହକମାନେ ନିଜ ସୁବିଧା ଅନୁଯାୟୀ ବଦଳାଇପାରିବେ। ଏଥିରେ ରହିଛି ମଡ୍ୟୁଲାର ଫର୍ମେସନ୍‌ ପ୍ରଯୁକ୍ତି । ‘ସାମସଙ୍ଗ୍‌ରେ ଆମେ ସବୁ ବେଳେ ଗ୍ରାହକଙ୍କୁ ଉଲ୍ଲସିତ କରିବା ଉପରେ ଗୁରୁତ୍ୱ ଦେଉଛୁ। ଏହି ସଦ୍ୟତମ ଉପକରଣ ହେଉଛି ଗ୍ରାହକଙ୍କୁ ଶୁଣିବା ଓ ସେମାନଙ୍କ ଆବଶ୍ୟକତା ଓ ଦରକାରକୁ ବୁଝିବାର ପରିଣାମ। ଗ୍ରାହକମାନଙ୍କୁ ବିବିଧ ବର୍ଗର ଡିସ୍‌ପ୍ଲେ ଅନୁଭୂତି ପ୍ରଦାନ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ବୋଲି ପୁନୀତ ସେଠି, ଉପସଭାପତି, କଂଜ୍ୟୁମର୍‌ ଇଲେକ୍‌ଟ୍ରୋନିକ୍ସ ଏଣ୍ଟରପ୍ରାଇଜ୍‌ ବିଜନେସ୍‌, ସାମସଙ୍ଗ୍‌ ଇଣ୍ଡିଆ କହିଛନ୍ତି । ଏଚ୍‌ଡିଆର୍‌ ପିକ୍ଚର୍‌ ରିଫାଇନ୍‌ମେଂଟ୍‌ ପ୍ରଯୁକ୍ତିରେ ଉପଲବ୍ଧ ହେଉଥିବା ସାମସଙ୍ଗ୍‌ର ଏଲ୍‌ଇଡି ଫର୍‌ ହୋମ୍‌ ୧୧୦ ଇଞ୍ଚ, ୧୩୦ ଇଞ୍ଚ, ୨୨୦ ଇଞ୍ଚ ଓ ୨୬୦ ଇଞ୍ଚ ଆକାରରେ ଉପଲବ୍ଧ ହେଉଛି। ଏହାର ଜୀବନକାଳ ହେଉଛି ୧ ଲକ୍ଷ ଘଣ୍ଟାରୁ ଅଧିକ । ମୁମ୍ବାଇଠାରେ ଆୟୋଜିତ ଇନ୍‌ଫୋକମ୍‌ ୨୦୧୮ କାର୍ଯ୍ୟକ୍ରମରେ ଏହାକୁ ଉନ୍ମୋଚନ କରାଯାଇଛି। ଏହାର ମୂଲ୍ୟ ୧ କୋଟି ଟଙ୍କାରୁ ଆରମ୍ଭ ହୋଇ ୩.୫ କୋଟି ଟଙ୍କା ପର୍ଯ୍ୟନ୍ତ ରହିଛି।

ସମ୍ବନ୍ଧିତ ଖବର