ଭୁବନେଶ୍ୱରରେ ଡିଜେଲ ଟ.୭୦ ତଳକୁ ଖସିଲା

ନୂଆଦିଲ୍ଲୀ : ଆଜି ପୁଣି କମିଛି ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ୨୨ ପଇସା ଓ ଡିଜେଲ ୨୫-୨୭ ପଇସା କମିଛି । ଆଜିର ଏହି ହ୍ରାସ ପରେ ଆଜି ଦିଲ୍ଲୀରେ ପେଟ୍ରୋଲ ଦର ଟ.୭୦.୭୦ ଓ ଡିଜେଲ ଦର ଲିଟର ପିଛା ଟ.୬୫.୩୦ ରେ ପହଞ୍ଚିଛି ବୋଲି ଇଣ୍ଡିଆନ ଅଏଲ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି ।

ଅନ୍ୟପକ୍ଷରେ ଓଡ଼ିଶାର ଭୁବନେଶ୍ୱରରେ ପେଟ୍ରୋଲ ଦରଠାରୁ ଡିଜେଲ ଦର ଏବେ ବି ଅଧିକ ରହିଛି । ତେବେ ଏହି ବ୍ୟବଧାନ ଧୀରେ ଧୀରେ କମି ପ୍ରାୟ ସମାନ ସ୍ତରକୁ ଆସିଗଲାଣି । ଭୁବନେଶ୍ୱରରେ ପେଟ୍ରୋଲ ଟ.୬୯.୬୫ ଓ ଡିଜେଲ ଟ.୬୯.୯୬ ରେ ବିକ୍ରି ହେଉଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ଦେଖାଯାଇପାରେ ।

କିନ୍ତୁ ଆଗାମୀ ଦିନରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲଦର ବଢିବାର ସମ୍ଭାବନା ରହିଛି । ଓପେକ ପକ୍ଷରୁ ଦୈନିକ ତେଲ ଉତ୍ପାଦନ ୨ ନିୟୁତ ବ୍ୟାରେଲ ହ୍ରାସ କରିବାକୁ ନିଷ୍ପତ୍ତି ନେବା ପରେ ଏହି ଆଶଙ୍କା ସୃଷ୍ଟି ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ବ୍ରେଣ୍ଟ କ୍ରୁଡ ମୂଲ୍ୟ ୬୧.୬୭ ଡଲାର ଓ ଇଣ୍ଡିଆନ ବାସ୍କେଟ ମୂଲ୍ୟ ୫୯.୨୬ ଡଲାର ରହିଛି ।

ସମ୍ବନ୍ଧିତ ଖବର