ଭ୍ୟାନ୍‌ରେ ବିକ୍ରି ହେଉଛି ଏଲ୍‌ଇଡି ବଲ୍‌ବ

ଭୁବନେଶ୍ୱର: ଭାରତ ସରକାରଙ୍କ ଗ୍ରାମ ସ୍ୱରାଜ ଅଭିଯାନ ଅଧୀନରେ ଅଧିକ ସଂଖ୍ୟାରେ ଗରିବ ଲୋକ ବାସ କରୁଥିବା ଗ୍ରାମର ଲୋକଙ୍କୁ ସ୍ୱତନ୍ତ୍ର ଭାବେ ୫୦ ଟଙ୍କାରେ ଉନ୍ନତ ଜ୍ୟୋତି ବାଏ ଆଫର୍ଡେବଲ୍‌ ଏଲ୍‌ଇଡିସ୍‌ ଫର୍‌ ଅଲ୍‌ (ଉଜଳା) କାର୍ଯ୍ୟକ୍ରମରେ ଏଲ୍‌ଇଡି ବଲ୍‌ ଯୋଗାଇ ଦିଆଯାଉଛି। ଦେଶରେ ଏହି କାର୍ଯ୍ୟକ୍ରମକୁ ଏନର୍ଜି ଏଫିସିଏନ୍ସି ସର୍ଭିସେସ୍‌ ଲିମିଟେଡ (ଇଇଏସ୍‌ଏଲ୍‌) କାର୍ଯ୍ୟକାରୀ କରୁଛି। ବ୍ରହ୍ମପୁର, କଟକ ଏବଂ ପୁରୀଠାରେ ଏହି କାର୍ଯ୍ୟକ୍ରମ ନିକଟରେ ଆରମ୍ଭ କରାଯାଇଛି। ବ୍ରହ୍ମପୁରଠାରେ ସାଉଥ୍‌କୋ ସିଓଓ ଏବଂ ସାଧାରଣ ପରିଚାଳକ ଏଥିପାଇଁ ଉଦ୍ଦିଷ୍ଟ ଭ୍ୟାନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଭ୍ୟାନ୍‌ ଗୁଡ଼ିକ ରାଜ୍ୟର ୩୮୮ଟି ଗ୍ରାମକୁ ଯାଇ ଶକ୍ତି ସଞ୍ଚୟ ନେଇ ସଚେତନତା ସୃଷ୍ଟି କରିବ।

ସମ୍ବନ୍ଧିତ ଖବର