ମାରୁତି ଡିଜେଲ ମଡେଲ ଗାଡିର ଚାହିଦା ହଠାତ ବଢିଯାଇଛି, କାରଣ ଜାଣନ୍ତୁ

ନୂଆଦିଲ୍ଲୀ: ଆସନ୍ତା ୨୦୨୦ ଏପ୍ରିଲ ପରଠାରୁ ଦେଶରେ କେବଳ ବିଏସ-୬ (ଭାରତ ଷ୍ଟେଜ-୬) ପ୍ରଦୂଷଣ ମାନକ ବିଶିଷ୍ଟ ଯାନ ବିକ୍ରି ହୋଇପାରିବ । କିନ୍ତୁ ମାର୍ଚ୍ଚ ୩୧, ୨୦୨୦ ସୁଦ୍ଧା ଯେଉଁମାନେ ବିଏସ-୪ ଗାଡ଼ି କିଣିଥିବେ ସେମାନେ ଉକ୍ତ ଗାଡିର ରେଜିଷ୍ଟ୍ରେସନ ବୈଧତା ସମୟ ପର୍ଯ୍ୟନ୍ତ ( ସାଧାରଣତଃ ୧୫ ବର୍ଷ) ତାହାକୁ ବ୍ୟବହାର କରିପାରିବେ । ଏ ସଂପର୍କରେ ସରକାର କିଛି ମାସତଳେ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଥିଲେ । ଏହାର ଫାଇଦା ନେଇ କାର କମ୍ପାନିମାନେ ନିଜର ବିଏସ-୪ ଗାଡିଗୁଡିକୁ ପ୍ରବଳ ରିହାତି ସହ ବିକ୍ରି କରୁଛନ୍ତି । ମାରୁତି ସୁଜୁକୀର ଭିସ୍ତାରା ଓ ବ୍ରିଜା ଡିଜେଲ ମଡେଲର ଚାହିଦା ଏବେ ବଢିଯାଇଥିବାରୁ କମ୍ପାନି ଏଗୁଡ଼ିକର ଉତ୍ପାଦନ ବଢେଇଦେଇଛି । ଗତ ଦୁଇ ମାସ ମଧ୍ୟରେ ଭିସ୍ତାରା ବ୍ରିଜା ଡିଜେଲ ମଡେଲର ବିକ୍ରି ଦ୍ୱିଗୁଣ ବୃଦ୍ଧି ପାଇ ମାସିକ ୧୪ ହଜାରରେ ପହଞ୍ଚିଛି । ଅନ୍ୟ ଡିଜେଲ ମଡେଲଗୁଡ଼ିକର ବର୍ଦ୍ଧିତ ଚାହିଦା ଦୃଷ୍ଟିରୁ କମ୍ପାନି ଉତ୍ପାଦନ ବଢାଇଦେଇଛି ।
ଅନ୍ୟପକ୍ଷରେ ଟୟୋଟା ମୋଟର୍ସ ଆସନ୍ତା ୨୦୨୦ ଏପ୍ରିଲଠାରୁ ନିଜର ଛୋଟ ଡିଜେଲ କାର ମଡେଲଗୁଡ଼ିକୁ ବନ୍ଦ କରିଦେବ । ତେବେ କମ୍ପାନି ନିଜର ଇନୋଭା, ଫର୍ଚୁନର ଆଜି ଏସୟୁଭି ଗୁଡ଼ିକର ଡିଜେଲ ମଡେଲ ବିକ୍ରି ଅବ୍ୟାହତ ରଖିବ ।

ସମ୍ବନ୍ଧିତ ଖବର