ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ପୀତି ଖସିଲା

ନୂଆଦିଲ୍ଲୀ: ଗତ ମାର୍ଚ୍ଚ ମାସରେ ଖୁଚୁରା ମୁଦ୍ରାସ୍ପୀତି ହାର ଗତ ୫ ମାସରେ ସର୍ବନିମ୍ନ ସ୍ତର ୪.୨୮ ପ୍ରତିଶତକୁ ହ୍ରାସ ପାଇଛି । ମୁଖ୍ୟତଃ ଖାଦ୍ୟସାମଗ୍ରୀର ଦର ହ୍ରାସ ଯୋଗୁଁ ଖୁଚୁରା ମୁଦ୍ରାସ୍ପୀତି କମିଥିବା ସରକାରୀ ତଥ୍ୟରୁ ଜଣାପଡିଛି । ତେବେ ଏହା ରିଜର୍ଭ ବ୍ୟାଙ୍କର ଟାର୍ଗେଟ ଠାରୁ ଉପରେ ରହିଛି । ଫେବ୍ରୁଆରୀରେ ଖୁଚୁରା ମୁଦ୍ରାସ୍ପୀତି ହାର ୫.୦୭ ପ୍ରତିଶତ ଥିଲା । ଦରଦାମ ଖସୁଥିବାରୁ ଆସନ୍ତା କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ସରକାର ଆଶ୍ୱସ୍ତ ହୋଇଛନ୍ତି । ଅନ୍ୟପକ୍ଷରେ ଫେବ୍ରୁଆରୀ ମାସରେ ଦେଶର ଶିଳ୍ପ ଉତ୍ପାଦନ ୭.୧ ପ୍ରତିଶତକୁ ଧୀମା ହୋଇଥିବାରୁ ଜିଡିପି ଅଭିବୃଦ୍ଧି ହ୍ରାସ ପାଇବାର ଆଶଙ୍କା ଦେଖାଯାଇଛି । ଏହା ଫଳରେ ସରକାରଙ୍କ ଚିନ୍ତା ବଢିଯାଇଛି ।

ସମ୍ବନ୍ଧିତ ଖବର