ନୂଆଦିଲ୍ଲୀ: ଜିରିବାମ୍-ତୁପୁଲ୍-ଇମ୍ଫାଲ୍ ୧୧୧ କିମି ଲମ୍ବା ରେଳ ପୋଲ ନିର୍ମାଣ ପାଇଁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସେଲ୍ ପକ୍ଷରୁ ୬୦ ହଜାର ଟନ୍ ଇସ୍ପାତ ଯୋଗାଇ ଦିଆଯାଇଛି। ୨୦୦୮ରେ ଏହି ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା। ସେଲ୍ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ଟିଏମ୍ଟି ରିବାର୍, ଷ୍ଟ୍ରକ୍ଚରାଲ୍, ଏଚ୍ଆର୍ ପ୍ଲେଟ୍ ଓ ସିଟ୍, ପ୍ଲେଟ୍ ମିଲ୍ ପ୍ଲେଟ୍ ଆଦି ଯୋଗାଇ ଦିଆଯାଇଛି। ଏହି ପ୍ରକଳ୍ପ କାମ ୨୦୧୯ରେ ଶେଷ ହେବାର ସମ୍ଭାବନା ରହିଛି।