ଶେଷ ହେଲା ରିଜର୍ଭ ବ୍ୟାଙ୍କର ବୋର୍ଡ ବୈଠକ, କ୍ଷୁଦ୍ର-ମଧ୍ୟମ ଶିଳ୍ପ ସଂସ୍ଥାକୁ ଅଧିକ ଋଣପ୍ରଦାନ ଲାଗି ପଦକ୍ଷେପ ନିଆଯିବ

ମୁମ୍ବାଇ :  ଆଜିି ଚାଲିଥିବା ରିଜର୍ଭ ବ୍ୟାଙ୍କର ବୋର୍ଡ ବୈଠକ ଶେଷ ହୋଇଛି । ଏଥିରେ ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ଥିବା ମତଭେଦକୁ ଦୂର କରିବାକୁ  କେତେକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାଯାଇଛି । ଏସବୁ ସମସ୍ୟାର ସମାଧାନ ପାଇଁ ଆରବିଆଇ ପକ୍ଷରୁ କେତୋଟି କମିଟି ଗଠନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ବିଶେଷକରି ରିଜର୍ଭ ବ୍ୟାଙ୍କ ପାଖରେ ଗଚ୍ଛିତ ଥିବା ପୁଞ୍ଜିର କିଛି ଅଂଶ ଋଣ ଆକାରରେ ବଜାରକୁ ଛାଡିବା ଉପରେ ବିଚାର କରିବାକୁ ଉଦ୍ୟମ କରାଯିବ । ତେବେ ଏହି ବୈଠକ ସଂପର୍କରେ ରିଜର୍ଭ  ବ୍ୟାଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଔପଚାରିକ ଘୋଷଣା କରାଯାଇନାହିଁ । ଡିସେମ୍ବର ୧୪ରେ ବସିବାକୁ ଥିବା ପରବର୍ତ୍ତି ବୈଠକରେ ଆରବିଆଇ ଏବାବଦରେ କେତେକ ଘୋଷଣା କରିବାର ସମ୍ଭାବନା ରହିଛି । ବିଶେଷକରି କ୍ଷୁଦ୍ର, ମଧ୍ୟମ ଶିଳ୍ପସଂସ୍ଥା ମାନଙ୍କ ପାଇଁ ଋଣ ପ୍ରଦାନକୁ ଅଧିକ ସୁଗମ କରିବାକୁ ପଦକ୍ଷେପ ନିଆଯିବାର ସମ୍ଭାବନା ରହିଛି । ଏଥିପାଇଁ ସରକାର ଦାବି କରିଆସୁଥିଲେ ।

ସମ୍ବନ୍ଧିତ ଖବର