ସୁନାଦର ଅଳ୍ପ ବଢିଲା, ଆଗକୁ କମିବା ସମ୍ଭାବନା

ନୂଆଦିଲ୍ଲୀ: ସୁନା ଦର ଆଜି ସାମାନ୍ୟ ବୃଦ୍ଧି ପାଇଛି । ତେବେ ଆଗକୁ ସୁନା ଦର ହ୍ରାସ ପାଇବାର ସମ୍ଭାବନା ରହିଛି । ଏହାର କାରଣ ହେଉଛି ଅନ୍ତର୍ଜାତୀୟ ବଜାରରେ ସୁନା ଦର ହ୍ରାସ ପାଇଚାଲିଛି । ସୁନା ଆଜି ୧୦ ଗ୍ରାମ ପିଛା ମାତ୍ର ୧୦ ଟଙ୍କା ବୃଦ୍ଧି ପାଇ ୩୧,୬୧୦ ଟଙ୍କାରେ ପହଞ୍ଚିଛି । ଜୁଏଲର୍ସ ମାନଙ୍କ ଦ୍ୱାରା ସୁନାକ୍ରୟ ଯୋଗୁଁ ଦର ବୃଦ୍ଧି ପାଇଥିବା ଜଣାଯାଇଛି । ସେହିପରି ରୁପା ମଧ୍ୟ କିଲୋଗ୍ରାମ ପିଛା ୨୦ ଟଙ୍କା ବୃଦ୍ଧି ପାଇ ୩୭,୭୦୦ ଟଙ୍କାରେ ପହଞ୍ଚିଛି । ଆଗକୁ ପାର୍ବଣ ଋତୁ ଥିବାରୁ ଦେଶରେ ସୁନା ଚାହିଦା ବଢିବାର ସମ୍ଭାବନା ରହିଛି । କିନ୍ତୁ ଅନ୍ତର୍ଜାତୀୟ ବଜାରରେ ସୁନା ଦର କମିଚାଲିଥିବାରୁ ଦର ସେତେଟା ଅଧିକ ରହିବା ଆଶା କରାଯାଉନାହିଁ । ଅନ୍ତର୍ଜାତୀୟ ବଜାରରେ ସୁନା ଆଉନ୍ସ ପିଛା ୦.୩୮ ପ୍ରତିଶତ ହ୍ରାସ ପାଇ ୧୧୯୬.୫୦ ଡଲାରରେ ପହଞ୍ଚିଛି । ବିଶ୍ୱ ବଜାରରେ ଆମେରିକୀୟ ମୁଦ୍ରା ଡଲାର ସୁଦୃଢ ହୋଇଚାଲିଥିବାରୁ ସୁନା ଦର କମୁଥିବା କୁହାଯାଉଛି ।

ସମ୍ବନ୍ଧିତ ଖବର