ସ୍ୱଚ୍ଛ ଗଙ୍ଗା ମିଶନକୁ ପ୍ରମୋଟ କରିବ ରିଲାଏନ୍ସ

ନୂଆଦିଲ୍ଲୀ : ଜନସାଧାରଣଙ୍କୁ ଗଙ୍ଗା ନଦୀକୁ ସ୍ୱଚ୍ଛ ରଖିବାର ଗୁରୁତ୍ୱ ସମ୍ବନ୍ଧରେ ସଚେତନ ଏବଂ ପ୍ରଵୃଦ୍ଧ କରିବା ପାଇଁ ନମାମି ଗଙ୍ଗେ ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ସ୍ୱଚ୍ଛ ଗଙ୍ଗା ଜାତୀୟ ମିଶନ  ପକ୍ଷରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ଼ ଲିମିଟେଡ଼ ସହିତ ସହଭାଗିତା ଘୋଷଣା କରାଯାଇଛି |

ଏହି ସହଭାଗିତାର ଅଂଶସ୍ୱରୂପ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ଼ର ଡିଜିଟାଲ ଅଙ୍ଗ ରିଲାଏନ୍ସ ଜିଓ ଇନଫୋକମ ଲିମିଟେଡ଼ ପକ୍ଷରୁ ଚଳିତ କୁମ୍ଭ ମେଳା ୨୦୧୯ ରେ ଏହାର ବହୁସଂଖ୍ୟକ ଉପଭୋକ୍ତାଙ୍କୁ ଏସଏମଏସ ଏବଂ ଡିଜିଟାଲ ବ୍ୟାନର ପୁଷ ନୋଟିଫିକେସନ ଜରିଆରେ ସ୍ୱଚ୍ଛ ଗଙ୍ଗା ବାର୍ତା ପ୍ରେରଣ କରାଯିବ | ଏହିସବୁ ବାର୍ତାରେ ବ୍ୟବହାର ହେବାକୁଥିବା କଣ୍ଟେଣ୍ଟ ସ୍ୱଚ୍ଛ ଗଙ୍ଗା ଜାତୀୟ ମିଶନ ପକ୍ଷରୁ ଉପଲବ୍ଧ କରାଯିବ |

ରିଲାଏନ୍ସ ଜିଓ ପକ୍ଷରୁ ଜିଓଫୋନ ପାଇଁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଥିବା କୁମ୍ଭ ଆପ୍ସରେ ମଧ୍ୟ ଗଙ୍ଗା ସଂଗୀତ ସଂଯୁକ୍ତ କରାଯାଇଛି | ଏବେ ୫୦ ଲକ୍ଷରୁ ଅଧିକ ଜିଓ ଫୋନ ଉପଭୋକ୍ତା ଏହି ଆପ୍ସର ସମସ୍ତ ସୁବିଧା ସହିତ ଗଙ୍ଗା ଅଂଦେମ ବା ସଂଗୀତ ର ମଜା ନେଇପାରିବେ |

ଏହି ସହଭାଗିତା ବଳରେ ସ୍ୱଚ୍ଛ ଗଙ୍ଗା ଜାତୀୟ ମିଶନ ଜିଓ ନେଟୱର୍କର ବ୍ୟାପକ ପରିବ୍ୟାପ୍ତିର ଲାଭ ନେଇ କୁମ୍ଭ ମେଳା ୨୦୧୯ ଅବଧିରେ ସ୍ୱଚ୍ଛ ଗଙ୍ଗା ଅଭିଯାନର ସୂଚନା ଦେଶର ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚାଈପାରିବେ |

ସମ୍ବନ୍ଧିତ ଖବର