ହର୍ଲିକ୍ସର ମାଲିକାନା ବଦଳିଲା

ନୂଆଦିଲ୍ଲୀ: ପ୍ରଥମ ବିଶ୍ବଯୁଦ୍ଧ ସମୟରେ ବ୍ରିଟିସ୍ ସେନା ସହିତ ଭାରତ ଆସିଥିବା ୧୪୦ ବର୍ଷ ପୁରୁଣା ବ୍ରାଣ୍ଡ୍‌ ହର୍ଲିକ୍ସ ନୂଆ ମାଲିକ ହାତକୁ ଯିବ। ବର୍ତ୍ତମାନ ଏହାର ମାଲିକ ଥିବା ଜିଏସ୍‌କେ କଞ୍ଜ୍ୟୁମର୍ ଇଣ୍ଡିଆ ସମ୍ପୂର୍ଣ୍ଣ ବିକ୍ରି ହୋଇଯିବ। ହିନ୍ଦୁସ୍ତାନ ୟୁନିଲିଭର୍‌ ଏହାକୁ ୩୧ ହଜାର ୭୦୦ କୋଟି ଟଙ୍କାରେ କିଣିବ। ଏହା ପରେ ହର୍ଲିକ୍ସର ନୂଆ ମାଲିକ ହେବ ହିନ୍ଦୁସ୍ତାନ ୟୁନିଲିଭର୍‌। ଆଗାମୀ ୧୨ ମାସ ଭିତରେ ଏହି ବିକ୍ରି ପ୍ରକ୍ରିୟା ଶେଷ ହେବ।ଜିଏସ୍‌କେକୁ କିଣିବା ପରେ କେବଳ ହର୍ଲିକ୍ସ ନୁହେଁ ଆହୁରି ଅନେକ ଲୋକପ୍ରିୟ ବ୍ରାଣ୍ଡ୍‌ ଯଥା ସେନ୍‌ସୋଡାଇନ୍, ଇନୋ ଓ କ୍ରୋସିନ୍ ମାଲିକ ହେବ ହିନ୍ଦୁସ୍ତାନ ୟୁନିଲିଭର୍‌। ବର୍ତ୍ତମାନ ହିନ୍ଦୁସ୍ତାନ ୟୁନିଲିଭର୍‌ ଅଧୀନରେ ନର୍‌ ସୁପ୍, କିସାନ୍ ଜାମ୍, ବ୍ରୁ କଫି, ଲିପ୍‌ଟନ୍ ଟି’ ଓ ମ୍ୟାଗ୍‌ନମ୍ ଆଇସ୍‌କ୍ରିମ୍ ଭଳି ବ୍ରାଣ୍ଡ୍‌ ରହିଛି। ଏହା ଭାରତରେ ବର୍ଷକୁ ୬୩୨୮ କୋଟି ଟଙ୍କାର କାରବାର କରୁଛି। ହଲିକ୍ସ ମିଳିବା ପରେ ଏହାର ବ୍ୟବସାୟ ଆହୁରି ବଢ଼ିଯିିିବ।

ସମ୍ବନ୍ଧିତ ଖବର