ହୋଟେଲ ନ୍ୟୁ ମେରିଆନ୍‌ରେ ଜାତୀୟ ସିଲ୍‌କ ପ୍ରଦର୍ଶନୀ

ଭୁବନେଶ୍ୱର: ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ହୋଟେଲ ନ୍ୟୁ ମେରିଆନ୍‌ ପରିସରରେ ଜାତୀୟ ସିଲ୍‌କ ପ୍ରଦର୍ଶନୀ ଚଳିତମାସ ୨୨ ତାରିଖରୁ ଆରମ୍ଭ ହୋଇଛି। ଏହି ପ୍ରଦର୍ଶନୀରେ ଦେଶର ବିଭିନ୍ନ ରାଜ୍ୟର କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ସିଲ୍‌କ ଓ ସୁତା ତିଆରି ପୋଷାକ ଉପଲବ୍ଧ କରାଯାଇଛି। ଗ୍ରାମୀଣ ହସ୍ତକଳା ବିକାଶ ସମିତି ପକ୍ଷରୁ ଆୟୋଜିତ ଏହି ପ୍ରଦର୍ଶନୀ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ସମିତିର ପ୍ରବକ୍ତା ଜୟେଶ କୁମାର ଗୁପ୍ତା କୁହନ୍ତି, ଏଠାରେ ୭୦ରୁ ଅଧିକ ଷ୍ଟଲ ଖୋଲିଛି। ପଞ୍ଜାବ, ଗୁଜରାଟ, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ଉତ୍ତରପ୍ରଦେଶ ଓ କଶ୍ମୀର ସମେତ ପ୍ରାୟ ୨୫ଟି ରାଜ୍ୟର ବୁଣାକାରମାନେ ସେମାନଙ୍କ ସାମଗ୍ରୀ ବିକ୍ରି କରୁଛନ୍ତି। କାଞ୍ଜିବରମ୍‌ଠାରୁ ଆରମ୍ଭ କରି ବନ୍ଧେଇ ପର୍ଯ୍ୟନ୍ତ ସିଲ୍‌କ ଶାଢ଼ି ଓ ପୋଷାକ ଉପଲବ୍ଧ ହେଉଛି। ଏଗୁଡ଼ିକର ମୂଲ୍ୟ ୫୦୦ ଟଙ୍କାରୁ ଆରମ୍ଭ କରି ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଦୈନିକ ସାଢ଼େ ଦଶଟାରୁ ରାତି ସାଢ଼େ ଆଠଟା ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଖୋଲା ରହୁଛି। ସମସ୍ତ ପ୍ରକାର ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡରେ ମଧ୍ୟ ଗ୍ରାହକମାନେ ଏଠାରୁ ସାମଗ୍ରୀ କିଣିବା ସୁବିଧା ରହିଛି।

ସମ୍ବନ୍ଧିତ ଖବର