୨୯ଟି ସହରରେ ଲଞ୍ଚ ହୋଇପାରେ ଜିଓ ଗିଗାଫାଇବର, ତାଲିକାରେ ଭୁବନେଶ୍ୱର ନାହିଁ

ଭୁବନେଶ୍ୱର : ଗତ ଜୁଲାଇ ମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଫାଇବର ଅପଟିକ୍ସ ବ୍ରଡବ୍ୟାଣ୍ଡ ସେବା ଜିଓ ଗିଗାଫାଇବର ଲଞ୍ଚ୍‌ ସମ୍ପର୍କରେ ଘୋଷଣା କରାଯାଇଥିଲା । ତେବେ ଇତି ମଧ୍ୟରେ ୪ ମାସ ବିତିଯାଇଥିଲେ ମଧ୍ୟ ଏହି ସେବା ଆରମ୍ଭ ହୋଇନାହିଁ । ଉପଭୋକ୍ତାମାନେ ଏହାକୁ ଅପେକ୍ଷା କରିଛନ୍ତି । ଏବେ ମିଳିଥିବା ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଜିଓ ଗିଗାଫାଇବର ଦେଶର ୨୯ଟି ସହରରେ ଆରମ୍ଭ ହେବ । କିନ୍ତୁ ଏହି ସହର ତାଲିକାଲେ ଭୁବନେଶ୍ୱର ବା ଓଡ଼ିଶାର ଅନ୍ୟ କୌଣସି ସହର ନାହିଁ । ଏହି ୨୯ଟି ସହର ହେଲେ ବାଙ୍ଗାଲୁୁରୁ, ଚେନ୍ନାଇ, ପୁନେ, ଲକ୍ଷ୍ନୌ, କାନପୁର, ରାୟପୁର, ନାଗପୁର, ଇନ୍ଦୋର, ଥାନେ, ଭୋପାଲ,ଗାଜିଆବାଦ, ଲୁଧିଆନା, କୋଏମ୍ବାଟୁର, ଆଗ୍ରା, ମଦୁରାଇ, ନାସିକ, ଫରିଦାବାଦ, ମିରଟ, ରାଜକୋଟ, ଶ୍ରୀନଗର, ଅମୃତସର, ପାଟନା, ଆହ୍ଲାବାଦ,ରାଞ୍ଚି, ଯୋଧପୁର, କୋଟା,ଗୁଆହାଟୀ,ଚଣ୍ଡିଗଡ ଓ ସୋଲାପୁର ।ତେବେ ଏଠାରେ କହିରଖୁଛୁ ଯେ ଏ ବାବଦରେ କମ୍ପାନି ପକ୍ଷରୁ କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ ।

ଏହି ସେବାର ମାସିକ ପ୍ଲାନ ବା  ସହରଗୁଡିକ ସଂପର୍କରେ କମ୍ପାନି କୌଣସି ଆନୁଷ୍ଠାନିକ ଘୋଷଣା କରିନଥିଲେ ମଧ୍ୟ କେତେକ  ସୁତ୍ରରୁ ମିଳିଥିବା ସୂଚନା ମୁତାବକ କମ୍ପାନିର ଏହି ବ୍ରଡବ୍ୟାଣ୍ଡ ପ୍ଲାନ ମାସିକ ୫୦୦ ଟଙ୍କାରୁ ଆରମ୍ଭ ହେବ । ଏହି ପ୍ଲାନ ନେଲେ ମାସକୁ ୩୦୦ ଜିବି ଡାଟା ୫୦ ଏମବିପିଏସ ସ୍ପିଡରେ ମିଳିବ । ଆଉ ଏକ ପ୍ଲାନ ହଉଛି ୭୫୦ ଟଙ୍କିଆ ପ୍ଲାନ । ଏହା ହେଲେ ମାସକୁ ୪୫୦ ଜିବି ଡାଟା ଓ ୯୯୯ ଟଙ୍କା ପ୍ଲାନ ନେଲେ ୬୦୦ ଜିବି ଡାଟା ମିଳିବ ।

ସମ୍ବନ୍ଧିତ ଖବର