୧୦ ଜିଲ୍ଲାରେ ୯୦% ସିଏସ୍‌ଆର୍‌ ଖର୍ଚ

ଭୁବନେଶ୍ବର: ରାଜ୍ୟର ୧୦ଟି ଜିଲ୍ଲାରେ ବିିଭିନ୍ନ କଂପାନି ସେମାନଙ୍କ କର୍ପୋରେଟ୍ ସାମାଜିକ ଦାୟିତ୍ବ (ସିଏସ୍‌ଆର୍‌)ର ୯୦% ପାଣ୍ଠି ଖର୍ଚ କରିଛନ୍ତି। ସେହିପରି ୯୦% ପାଣ୍ଠି ବିଶେଷ କରି ଚାରିଟି କ୍ଷେତ୍ର ଶିକ୍ଷା, ଦକ୍ଷତା ବିକାଶ, ସ୍ବାସ୍ଥ୍ୟ ସେବା ଓ ଗ୍ରାମୀଣ ବିକାଶରେ ଅଧିକ ଅର୍ଥ ବିନିଯୋଗ କରାଯାଇଛି। ଯେଉଁ ଜିଲ୍ଲାଗୁଡ଼ିକରେ ସିଏସ୍‌ଆର୍‌ ଖର୍ଚ କମ୍ ରହିଛି ‌‌ସେଠାରେ କିଭଳି ସ୍ଥିତିରେ ଉନ୍ନତି ଅଣାଯାଇପାରିବ, ସେ ନେଇ କଂପାନିଗୁଡ଼ିକ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗରେ ରହିବାକୁ ଶ୍ରୀ ଚୋପ୍ରା କଂପାନିଗୁଡ଼ିକୁ କହିଛନ୍ତି। ଏକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବା ଉପରେ ‌ସେ ଗୁରୁତ୍ବାରୋପ କରିଛନ୍ତି। ସରକାର ଗୋ କେୟାର ପୋର୍ଟାଲ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ କେଉଁ ଜିଲ୍ଲାର କେଉଁ କ୍ଷେତ୍ରରେ କଂପାନିଗୁଡ଼ିକ ସିଏସ୍‌ଆର୍‌ ଖର୍ଚ କରିପାରିବେ ତାହାର ସୂଚନା ରହିଛି। ସଂସ୍ଥାଗତ ସିଏସ୍‌ଆର୍‌ ପେପର ପ୍ରସ୍ତୁତ କରିବା ପାଇଁ କଂପାନିଗୁଡ଼ିକ ସହିତ ମିିଶି କାମ କରିବାକୁ ସରକାର ଆଗ୍ରହ ପ୍ରକାଶ କରିଛନ୍ତି। ଓଡ଼ିଶାରେ ଥିବା କଂପାନିଗୁଡ଼ିକର ସିଏସ୍‌ଆର୍‌ କାର୍ଯ୍ୟକୁ ସଂସ୍ଥାଗତ ପ୍ରକ୍ରିୟାରେ ସାମିଲ କରିବା ପାଇଁ ସିଏସ୍‌ଆର ପରିଷଦ ଗଠନ କରାଯାଇଛି ବୋଲି ସେ କହିଛନ୍ତି। ଏହି ଅବସରରେ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟର ସଚିବ ଇଞ୍ଜେଟି ଶ୍ରୀନିବାସ ଓଡ଼ିଶାକୁ ସିଏସ୍‌ଆର୍‌ କ୍ଷେତ୍ରରେ ହାସଲ କରିଥିବା ସଫଳତା ପାଇଁ ପ୍ରଶଂସା କରିଛନ୍ତି। କଂପାନି ଓ ମାନବାଧିକାର ସଂସ୍ଥାଗୁଡ଼ିକ ରାଜ୍ୟ ସରକାରଙ୍କ ସହ ମିଶି ସିଏସ୍‌ଆର୍‌ କାର୍ଯ୍ୟ କରିବା ଦରକାର ବୋଲି ସେ କହିଛନ୍ତି। ଏହି ଅବସରରେ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର