ମୁମ୍ବାଇରେ ୯୦ ଲକ୍ଷ ଟଙ୍କିଆ ଶୌଚାଳୟ

ମୁମ୍ବାଇ,: ମୁମ୍ବାଇରେ ସର୍ବସାଧାରଣଙ୍କ ପାଇଁ ୯୦ ଲକ୍ଷ ଟଙ୍କା ଖର୍ଚରେ ଏକ ଶୌଚାଳୟ ନିର୍ମାଣ ହୋଇଛି। ମେରାଇନ ଡ୍ରାଇଭରେ ଏୟାର ଇଣ୍ଡିଆ କୋଠା ସମ୍ମୁଖରେ ନିର୍ମିତ ଏହି ପାଇଖାନାକୁ ଉଦ୍‌ଘାଟନ କରାଯାଇଛି। ମୁମ୍ବାଇର ଏହା ସବୁଠୁ ବ୍ୟୟବହୁଳ ପାଇଖାନା ବୋଲି କୁହାଯାଉଛି। ସ୍ବତନ୍ତ୍ର ଧରଣର ଇସ୍ପାତରେ ନିର୍ମିତ ଏହି ପାଇଖାନାର ଛାତରେ ସୌର ପ୍ୟାନେଲ ଲଗାଯାଇଛି।

ସମ୍ବନ୍ଧିତ ଖବର