ଆମ୍ରି ହସ୍ପିଟାଲ୍‌ସରେ ୧୨୫ରୁ ଅଧିକ କିଡ୍‌ନି ପ୍ରତିରୋପଣ

ଭୁବନେଶ୍ବର: ଆମ୍ରି ହସ୍ପିଟାଲ୍‌ସ, ଭୁବନେଶ୍ବରରେ ସଫଳତାର ସହ ୧୨୫ରୁ ଅଧିକ କିଡ୍‌ନି ପ୍ରତିରୋପଣ କରାଯାଇଛି। ୨୦୧୪‌ରେ ହସ୍ପିଟାଲ୍‌ରେ କିଡ୍‌ନି ପ୍ରତିରୋପଣ ପାଇଁ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ପ୍ରତିରୋପଣ ସର୍ଜନ ଡକ୍ଟର ସୁବୋଧ ଦାସ ଓ‌ ନେଫ୍ରୋଲୋଜିଷ୍ଟ୍‌ ଡକ୍ଟର ସୁକାନ୍ତୋ ଦାସ ଏହାର ନେତୃତ୍ବ ନେଇଥିଲେ। ଏବେ ଏହି ଟିମ୍‌ର କ୍ଷମତା ବୃଦ୍ଧି ପାଇଛି। ସିନିଅର କନସଲଟାଣ୍ଟ୍‌ (ୟୁରୋଲୋଜି ଓ ରେନାଲ୍ ସାଇନ୍‌ସେସ୍‌) ଡକ୍ଟର ମାନସ ରଞ୍ଜନ ପ୍ରଧାନ ଓ କନସଲ୍‌ଟାଣ୍ଟ୍‌ (ନେଫ୍ରୋଲୋଜି) ଡାକ୍ତର ସାଇ ପ୍ରସାଦ ସାହୁ ତାଙ୍କ ସହିତ ଯୋଡ଼ିହୋଇଛନ୍ତି। ଆଜି ହସ୍‌ପିଟାଲ୍ ପରିସରରେ ଆୟୋଜନ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ଯେ, ଆମ୍ରି ହସ୍ପିଟାଲ୍‌ରେ କିଡ୍‌ନି ପ୍ରତିରୋପଣ ପାଇଁ ଏକ ସ୍ବତନ୍ତ୍ର ଆଇସିୟୁ ଓ ଅପରେସନ ଥିଏଟର ରହିଛି। ଏଠାରେ ସ୍ବାପ୍‌ ଟ୍ରାନ୍‌ସପ୍ଲାଣ୍ଟ୍‌ ମଧ୍ୟ କରାଯାଉଛି। ଏହି ଅବସରରେ ହସ୍ପିଟାଲ୍‌ର ଭାଇସ୍‌ ପ୍ରେସିଡେଣ୍ଟ୍‌ ଓ ୟୁନିଟ୍‌ ହେଡ୍‌ ଡକ୍ଟର ଅନୁଜ ତିୱାରୀ କହିଛନ୍ତି ଯେ, ପୂର୍ବ ଭାରତର କିଛି ହାତଗଣତି ହସ୍ପିଟାଲ୍ ମଧ୍ୟରୁ ଆମେ ଅନ୍ୟତମ ଯେଉଁଠାରେ ସରକାରୀ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ଆମ ପାଖରେ କିଡ୍‌ନି ପ୍ରତିରୋପଣ ପାଇଁ ଅଭିଜ୍ଞ ଡାକ୍ତରଙ୍କ ଏକ ବହୁତ ଭଲ ଟିମ୍ ରହିଛି।

ସମ୍ବନ୍ଧିତ ଖବର