ଖୁବ୍‌ ଶୀଘ୍ର ବନ୍ଦ ହୋଇଯିବ ଆପଣଙ୍କ ୧୦ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବର !

ଆପଣମାନେ ବ୍ୟବହାର କରୁଥିବା ମୋବାଇଲ ନମ୍ବର ୧୦ଅଙ୍କ ବିଶିଷ୍ଟ ନହୋଇ ୧୩ଅଙ୍କ ହୋଇଯିବ ବୋଲି ଖବର ଆସିଛି । ଯାହାକୁ ନେଇ ପରୀକ୍ଷଣ ଆରମ୍ଭ ହୋଇସାରିଛି। କେନ୍ଦ୍ରୀୟ ସଞ୍ଚାର ମନ୍ତ୍ରାଳୟ ପକ୍ଷରୁ ଏନେଇ ସମସ୍ତ ଟେଲିକମ କମ୍ପାନିଗୁଡିକକୁ ୧୩ ଡିଜିଟ ବିଶିଷ୍ଟ ନମ୍ବର ଜାରି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇସାରିଛି । ଟେଲିକମ ବିଭାଗ ଏମଟୁଏମ ନମ୍ବରର ଟେଷ୍ଟିଂ ପାଇଁ ବିଏସଏନଏଲ, ଏୟାରଟେଲ, ରିଲାଏନ୍‌ସ ଜିଓ , ଆଇଡିଆ ଏବଂ ଭୋଡାଫୋନ ଭଳି କମ୍ପାନିଗୁଡିକୁ ଅନୁମତି ଦେଇଛି ।

ମିଳିଥିବା ସୂଚନା ଅନୁସାରେ, ଏଥିପାଇଁ ସରକାର ପୃଥକ ଭାବରେ ଏକ ଲାଇସେନ୍‌ସ ମଧ୍ୟ ଜାରି କରିପାରନ୍ତି । ୧୩ ଡିଜିଟ ବିଶିଷ୍ଟ ନମ୍ବର ଜାରି କରିବାକୁ ନିର୍ଦ୍ଦେଶ କେବଳ ମେସିନ-ଟୁ-ମେସିନ ବା ଏମଟୁଏମ କମ୍ୟୁନିକେସନ ପାଇଁ ରହିଛି । ଯାହାକି କୌଣସି ମୋବାଇଲ ନମ୍ବର ପାଇଁ ନୁହେଁ । ତେବେ ଏମଟୁଏମ କମ୍ୟୁନିକେସନର ବ୍ୟବହାର ସ୍ମାର୍ଟ ଇଲେକ୍ଟ୍ରୋନିକ କାର ଏବଂ କାର ଟ୍ରାକିଂ ପାଇଁ କରାଯିବ ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ବିଭିନ୍ନ ସୋସିଆଲ ମିଡିଆରେ ଗୁଜବ ଉଠିଥିଲା କି, ଖୁବ ଶ୍ରୀଘ୍ର ଆପଣଙ୍କର ମୋବାଇଲ ନମ୍ବର ବଦଳି ଯିବ ଏବଂ ସରକାର ୧୦ ଅଙ୍କ ବିଶିଷ୍ଟ ନମ୍ବର ପରିବର୍ତ୍ତେ ୧୩ ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବର ଜାରି କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି । ସେହିପରି ଏହି ମାମଲା ଉପରେ ଦୂର ସଂଚାର ବିଭାଗ ସ୍ପଷ୍ଟ କରିଥିଲା କି, ସମସ୍ତ ୟୁଜର୍ସଙ୍କ ପାଇଁ ୧୩ ଟିକିଆ ମୋବାଇଲ ନମ୍ବର ଜାରି କରିବା ଭଳି ଖବରଟି ସଂପୂର୍ଣ୍ଣ ଭାବରେ ମିଥ୍ୟା ଅଟେ।

ସମ୍ବନ୍ଧିତ ଖବର