ସାବଧାନ୍‌ ! ଏହି ଜଣାଶୁଣା ଆପ୍‌ ବ୍ୟବହାର କରି ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧିତ ସୂଚନା ଚୋରି କରୁଛି ବ୍ୟାଙ୍କିଙ୍ଗ୍‌ ଟ୍ରୋଜନ୍‌ ମାଲ୍‌ଓ୍ଵାର ସତର୍କ କରାଇଲା କ୍ୱିକ୍‌ ହିଲ୍‌ ସିକ୍ୟୁରିଟି ଲ୍ୟାବ୍‌

0 716

ନୂଆଦିଲ୍ଲୀ : ଆଜିକାଲି ଲୋକମାନଙ୍କ ପାଖରେ ସମୟର ଅଭାବ ଥିବାରୁ ସେମାନେ ସବୁ ଜିନିଷକୁ ଶୀଘ୍ର କରିବା ଆରମ୍ଭ କରିଛନ୍ତି । ବ୍ୟାଙ୍କକୁ ଯାଇ ଟଙ୍କା ଜମା କରିବା ବା ବାହାର କରିବା ପରିବର୍ତ୍ତେ ଅନ୍‌ଲାଇନରେ ହିଁ ସବୁ କିିଛି କରିବାକୁ ପସନ୍ଦ କରୁଛନ୍ତି । ଜିନିଷ କିଣିବା ଠାରୁ ଆରମ୍ଭ କରି ବିଭିନ୍ନ ବିଲ ଦେବା ପର୍ଯ୍ୟନ୍ତ ସବୁ କାମ ଅନ୍‌ଲାଇନ୍‌ କରିବା ଆରମ୍ଭ କରିଛନ୍ତି ଲୋକେ । ସବୁ ଜିନିଷର ଉଭୟ ଭଲ ଓ ଖରାପ ପ୍ରଭାବ ରହିଥାଏ । ଅନ୍‌ଲାଇନ୍‌ରେ ଏହି କାମ ସବୁ କଲେ ତାହାର ଖରାପ ପ୍ରଭାବ ମଧ୍ୟ ରହିଛି । ବିଶେଷ କରି ଆଣ୍ଡ୍ରଏଡ଼୍‍ ସ୍ମାର୍ଟଫୋନ୍‌ ବ୍ୟବହାରକାରୀଙ୍କ ପାଇଁ ସତର୍କ ସୂଚନା ଜାରି କରିଛି ସିକ୍ୟୁରିଟି କମ୍ପାନି କ୍ୱିକ୍‌ ହିଲ୍‌ ସିକ୍ୟୁରିଟି ଲ୍ୟାବ୍‌ । ଲୋକପ୍ରିୟ ସୋସିଆଲ ମିଡ଼ିଆ ଆପ୍‌ ଏବଂ ବ୍ୟାଙ୍କିଙ୍ଗ୍‌ ଆପ୍‌ ସାହାଯ୍ୟରେ ଦୁଇଟି ବ୍ୟାଙ୍କିଙ୍ଗ୍‌ ଟ୍ରୋଜନ୍‌ ମାଲ୍‌ଓ୍ଵାର ଲୋକମାନଙ୍କର ବ୍ୟାଙ୍କ୍‌ ଆକାଉଣ୍ଟର ଡ଼ାଟା ଚୋରି କରୁଥିବା କହିଛି କ୍ୱିକ୍‌ ହିଲ୍‌ ସିକ୍ୟୁରିଟି ଲ୍ୟାବ୍‌ । ଏହି ଆଡ଼ୋବ୍‌ ବ୍ୟାଙ୍କିଙ୍ଗ୍‌ ଟ୍ରୋଜନ୍‌ ମାଲ୍‌ଓ୍ଵାର ଫ୍ଲାସ୍‌ ପ୍ଲେୟର ଆଇକନ୍‌ ବ୍ୟବହାର କରି ଲୋକମାନଙ୍କୁ ଠକିବା ଆରମ୍ଭ କରିଛି । ଥରେ ଏହାକୁ ଫୋନରେ ଇନ୍‌ଷ୍ଟଲ କରିବା ପରେ ସେହି ଆପ୍‌କୁ ଚଲାଇବା ପାଇଁ ଆକ୍ଟିଭ୍‌ ବଟନ୍‌ ଉପରେ କ୍ଲିକ୍‌ କରିବାକୁ ବାଧ୍ୟ କରାଯାଇଥାଏ । ଥରେ ଆକ୍ଟିଭ୍‌ ବଟନ୍‌ ଉପରେ କ୍ଲିକ୍‌ କରିବା ପରେ ମାଲ୍‌ଓ୍ଵାର ବ୍ୟବହାରକାରୀ ଆପଣଙ୍କ ସବୁ ବ୍ୟକ୍ତିଗତ ତଥ୍ୟ ହାସଲ କରି ନେଇଥାଏ । ଏହି ଟ୍ରୋଜନ ଲୋକମାନଙ୍କର ଡ଼ାଟା ଲିକ୍‌ କରିବା ପାଇଁ କିଛି ନୂଆ ଆପ୍‌ ବାହାର କରିଛି । ଏଥିରେ ଏକ ନକଲି ଓ୍ଵିନ୍‌ଡ଼ୋ ଦେଖାଇଥାଏ । ଯେଉଁଥିରେ ଡ଼େବିଟ୍‌ ଏବଂ କ୍ରେଡ଼ିଟ୍‌ କାର୍ଡ଼ର ସୂଚନା ଦେବା ପାଇଁ କୁହାଯାଇଥାଏ । ଯଦି ବ୍ୟବହାରକାରୀ ନିଜର ଡ଼େବିଟ୍‌ ଏବଂ କ୍ରେଡ଼ିଟ୍‌ କାର୍ଡ଼ ସମ୍ବନ୍ଧିତ ସୂଚନା ଦେଇଦିଏ ତେବେ ବ୍ୟାଙ୍କିଙ୍ଗ ଟ୍ରୋଜନ୍‌ ସେହି ସୂଚନାକୁ ଏକାଠି କରି ଚୋରା ସର୍ଭରକୁ ବାର୍ତ୍ତା ପ୍ରେରଣ କରି ଦେଇଥାଏ । ଆସନ୍ତୁ ଜାଣିବା କେଉଁ ଆପ୍‌ ବ୍ୟବହାର କଲେ ଆପଣ ଏହି ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ବଢ଼ି ଯାଇଥାଏ ।
୧.ହ୍ଵାଟ୍‌ସଆପ୍‌
୨.ଫେସ୍‌ବୁକ୍‌
୩.ସ୍କାଇପ୍‌
୪.ଗୁଗଲ୍‌ କ୍ରୋମ୍‌

Daily Mail

 

 

 

 

 

 

୫.ଟ୍ଵିଟର
୬.ଇନ୍‌ଷ୍ଟାଗ୍ରାମ
୭.ୟୁନିୟନ ବ୍ୟାଙ୍କ୍‌ ମୋବାଇଲ ବ୍ୟାଙ୍କିଙ୍ଗ୍‌
୮.ଏସ୍‌ବିଆଇ ଏନିହୋୟାର ପର୍ସନାଲ
୯.ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ ମୋବାଇଲ୍‌ ବ୍ୟାଙ୍କିଙ୍ଗ୍‌ ଲାଇଟ୍‌
୧୦.ବରୋଦା ଏମ୍‌ପାସ୍‌ବୁକ୍‌
୧୧.ଆକ୍ସିସ୍‌ ମୋବାଇଲ

ସମ୍ବନ୍ଧିତ ଖବର

Leave A Reply

Your email address will not be published.