୧୫ ବ୍ୟାଙ୍କର କ୍ଷତିି ୫୩ ହଜାର କୋଟି

ମୁମ୍ବାଇ: ଦେଶର ୧୫ଟି ବ୍ୟାଙ୍କର କ୍ଷତି ପରିମାଣ ୫୩ ହଜାର କୋଟି ଟଙ୍କାରୁ ଅଧିକ ହୋଇଛି। କ୍ଷତି କରିଥିବା ବ୍ୟାଙ୍କ ତାଲିକାରେ ଆଜି ଆଇଡିବିଆଇ ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍‌ ବରୋଦା ସାମିଲ ହୋଇଛନ୍ତି। ଗତ ଜାନୁଆରି-ମାର୍ଚ୍ଚରେ ଆଇଡିବିଆଇ ବ୍ୟାଙ୍କର ୫୬୬୩ କୋଟି ଏବଂ ବ୍ୟାଙ୍କ ଅଫ୍‌ ବରୋଦାର ୩୧୦୨ କୋଟି ଟଙ୍କା କ୍ଷତି ହୋଇଛି। ପୂର୍ବରୁ ଅନ୍ୟ ସରକାରୀ ବ୍ୟାଙ୍କଗୁଡ଼ିକ କ୍ଷତି ସହିଥିବା ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର