ପଞ୍ଚଦଶ ଅର୍ଥ ଆୟୋଗର ପ୍ରଥମ ବୈଠକ

ନୂଆଦିଲ୍ଲୀ: ନଗଗଠିତ ପଞ୍ଚଦଶ ଅର୍ଥ ଆୟୋଗର ପ୍ରଥମ ବୈଠକ ଆଜି ନର୍ଥ ବ୍ଲକ୍‌ (ଅର୍ଥ ମନ୍ତ୍ରାଳୟ କାର୍ଯ୍ୟାଳୟ)ଠାରେ ଅନୁଷ୍ଠିତ ହୋଇଯାଇଛି। ଜାତୀୟ, ରାଜ୍ୟ ଏବଂ ତୃଣମୂଳ ସ୍ତରରେ ସମସ୍ତ ଅଂଶୀଦାରଙ୍କ ସହିତ ଆୟୋଗ ବ୍ୟାପକ ବିଚାରବିମର୍ଶ ଶୀଘ୍ର କରିବା ଲାଗି ଆୟୋଗର ଅଧ୍ୟକ୍ଷ ଏନ୍‌. କେ. ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି। ବିଶେଷକରି ଆୟୋଗକୁ ଯେଉଁ କାର୍ଯ୍ୟ ବିଚାର କରିବାକୁ ଦିଆଯାଇଛି ଆୟୋଗ ତାହା ଉପରେ ଆଲୋଚନା କରିବ। ଏଥିସହିତ ଆୟୋଗ ଏହାର ସୁପାରିସ ସରକାରଙ୍କୁ ପ୍ରଦାନ କରିବା ପୂର୍ବରୁ ବିଭିନ୍ନ ଗବେଷଣା ପ୍ରତିଷ୍ଠାନର ସନ୍ଦର୍ଭ ଗୁଡ଼ିକର ବିଶ୍ଳେଷଣ କରିବ, ଶିକ୍ଷାବିତ୍‌ ଏବଂ ବିଶେଷଜ୍ଞମାନଙ୍କର ମତାମତ ମଧ୍ୟ ନେବ । ଉଲ୍ଲେଖଯୋଗ୍ୟ ଯେ, ଗତମାସ ୨୭ ତାରିଖରେ ସରକାର ପଞ୍ଚଦର୍ଶ ଅର୍ଥ ଆୟୋଗ ଗଠନ କରିଥିଲେ।

ସମ୍ବନ୍ଧିତ ଖବର