କାନାରା ବ୍ୟାଙ୍କର ୧୭୫ତମ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,: ଯାଜପୁର ଜିଲ୍ଲା କୁଆଖିଆ ଠାରେ କାନାରା ବ୍ୟାଙ୍କର ୧୭୫ତମ ଶାଖାକୁ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଉଦ୍‌ଘାଟନ କରିଛନ୍ତି। ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳ କାର୍ଯ୍ୟାଳୟ ଉପମହାପ୍ରବନ୍ଧକ ଶ୍ରୀକାନ୍ତ ମହାପାତ୍ରଙ୍କ ଉପସ୍ଥିତିରେ ଏହି ଶାଖା ଉଦ୍‌ଘାଟନ ହୋଇଛି। ଏହି ଅବସରରେ ଏକ ଗ୍ରାହକ ସମ୍ମିଳନୀର ଅୟୋଜନ କରାଯାଇଥିଲା। ଶାଖା ଉଦ୍‌ଘାଟନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରସୁଲପୁର ବିଡିଓ ଅଶୋକ କୁମାର ବେହୁରିଆ, ଭଦ୍ରକ କ୍ଷେତ୍ରୀୟ କାର୍ଯ୍ୟାଳୟର ସହାୟକ ମହାପ୍ରବନ୍ଧକ ଏସ୍‌.କେ. ପଣ୍ଡା, ଡିଭିଜିନାଲ୍‌ ମ୍ୟାନେଜର ପ୍ରଭାକର ନନ୍ଦ, ପି.କେ. ପାଣିଗ୍ରାହୀ ଏବଂ କୁଆଖିଆ ଶାଖା ପ୍ରବନ୍ଧକ ନୀଳମାଧବ ଶତପଥୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର